ଚତୁର୍ଥୀ ପିଣ୍ଡବେଳେ ନାବାଳିକାକୁ ଉଦ୍ଧାର କଲେ ଶିଶୁ ସୁରକ୍ଷା କର୍ମଚାରୀ

କଟକ : ସରକାର ନାବାଳିକା ବିବାହ ପ୍ରଥାକୁ ବନ୍ଦ୍ କରିବା ପାଇଁ ଶିଶୁ ସୁରକ୍ଷା ବିଭାଗ ଖୋଲିଛନ୍ତି । ସମାଜରେ ପିତାମାତାଙ୍କ ଜ୍ଞାତସାରରେ ନାବଳକ ନାବାଳିକା ବିବାହ ଚାଲିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ବିବାଗୀୟ ପଦକ୍ଷେପ ନିଆଯାଉନଥିବା ଜଣାଯାଇଛି । ସୋମବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ପୋଥାଳ ସାହିରେ ଏଭଳି ଏକ ଘଟଣା ଘଟିଛି ।

ଗତ ଚାରିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ବ୍ଲକ୍ ଅଧୀନ ଠାକୁରପାଟଣା ଗ୍ରାମର ଭରତ ସାହୁଙ୍କ ପୁଅ ପବିତ୍ର ସାହୁ ଛତିଆ ନିକଟସ୍ଥ ଚମ୍ପାପୁର ଗୁନିସାହି ଗ୍ରାମର ଜଣେ ନାବାଳିକାକୁ ନେଇ କୌଣସି ଏକ ସ୍ଥାନରେ ବିବାହ କରିଥିଲେ । ବିବାହ ପରେ ପବିତ୍ର ଗୋପପୁରସ୍ଥିତ ତାଙ୍କ ବନ୍ଧୁଘରକୁ ଆସି ଉଭୟ ବରକନ୍ୟାଙ୍କ ଚତୁର୍ଥୀ ପିଣ୍ଡ ପଡ଼ବାର ଆୟୋଜନ କରିଥିଲେ । ଏହି ସମୟରେ ଖବର ପାଇ ଶିଶୁ ସୁରକ୍ଷା ବିଭାଗର କର୍ମଚାରୀମାନେ ପହଞ୍ଚି ବରର ପିତାଙ୍କୁ କନ୍ୟା ବୟସର ପ୍ରମାଣପତ୍ର ମାଗିଥିଲେ । ହେଲେ ସଙ୍ଗେ ସଙ୍ଗେ କନ୍ୟା ବୟସର ପ୍ରମାଣପତ୍ର କେହି ଦେଇ ପାରି ନଥିଲେ । କନ୍ୟାର ବୟସ ପ୍ରମାଣପତ୍ର ସିଡିପିଓ ନ ପାଇଥିଲେ ମଧ୍ୟ ଚତୁର୍ଥୀ ପିଣ୍ଡକୁ ବନ୍ଦ୍ ନକରି ବରପକ୍ଷଙ୍କ ଏକ ଲିଖିତ ରାଜିନାମାକୁ ନେଇ କୌଣସି ପଦକ୍ଷେପ ଗ୍ରହଣ ନକରି ସେଠାରୁ ଫେରି ଆସିଥିଲେ । ଅପରପକ୍ଷରେ ମଙ୍ଗଳବାର କେନ୍ଦ୍ରାପଡ଼ା ଶିଶୁ ସୁରକ୍ଷା କେନ୍ଦ୍ରରେ ବୟସ ପ୍ରମାଣପତ୍ର ଦେବା ପାଇଁ ଯେଉଁ ଲିଖିତ ଚୁକ୍ତିନାମା ହୋଇଥିଲା ତାହା ମଧ୍ୟ ପୂରଣ କରାଯାଇନାହିଁ ବୋଲି ସିଡିପିଓ ପ୍ରକାଶ କରିଥିବା ବେଳେ ଆଇନଅନୁଯାୟୀ ସେମାନଙ୍କ ଉପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.