ନବବଧୂକୁ ମାରି ପୋଖରୀରେ ଫିଙ୍ଗିଦେଲେ

ବାଲେଶ୍ୱର : ସିମୁଳିଆ ଥାନା ଅନ୍ତର୍ଗତ ସବଙ୍ଗ ପଞ୍ଚାୟତ ସହଜପଦା ଗ୍ରାମରେ ଆଜି ସନ୍ଧ୍ୟାରେ ଜଣେ ନବବଧୂଙ୍କୁ ହତ୍ୟାକରି ପୋଖରୀରେ ପକାଇ ଦେଇଥିବା ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ମିଳିଥିବା ସୂତ୍ରରୁ ପ୍ରକାଶ ଯେ ସହଜପଦା ଗ୍ରାମର ପିତାମ୍ବର ବେହେରାଙ୍କ କନ୍ୟା ସସ୍ମିତା ବେହେରା(୨୨) ପ୍ରାୟ ୮ମାସ ପୂର୍ବେ ବୈଦିକ ରୀତିରେ ସେହି ଗ୍ରାମର ସମ୍ବୁନାଥ ମହଲାଙ୍କ ପୁତ୍ର କୃତିବାସ ମହଲାଙ୍କୁ ବିବାହ କରିଥିଲେ ।

ବିବାହ ସମୟରେ ସମ୍ବୁନାଥଙ୍କ ପରିବାର ପକ୍ଷରୁ ଦାବି ମୁତାବକ ଯୌତୁକ ସାମଗ୍ରୀ ଏବଂ ଆସବାପତ୍ର ଦିଆଯାଇଥିଲା । ବିବାହ ପରଠାରୁ ଉଭୟ ଭଲରେ ଚଳିଥିଲେ । ଦୁଇଟି ପରିବାର ଗୋଟିଏ ଗ୍ରାମରେ ହୋଇଥିଲେ ବି ଝିଅକୁ ବାପ ଘରକୁ ଶ୍ୱଶୁର ଘର ଲୋକେ ଛାଡୁ ନଥିବା ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ଆଜି ଅପରାହ ପ୍ରାୟ ୫ଟା ସମୟରେ ଏହି ଅଘଟଣ ଘଟିଥିଲା । ସସ୍ମିତା ଘର ପାଖ ପୋଖରୀରେ ଭାସୁଥିବା ସ୍ୱାମୀ ଓ ପରିବାର ଲୋକେ ଦେଖି ତାଙ୍କୁ ଉଦ୍ଧାରକରି ସିମୁଳିଆ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାରେ ସସ୍ମିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ସସ୍ମିତାଙ୍କ ବାପଘର ଲୋକେ ଖବର ପାଇ ଡାକ୍ତରଖାନାରେ ପହଞô୍ଚବା ପରେ ଝିଅର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଝିଅକୁ ହତ୍ୟା କରାଯାଇ ସ୍ୱାମୀ ଓ ତାଙ୍କ ପରିବାର ଲୋକେ ପୋଖରୀରେ ପକାଇ ଦେଇଥିବା ବାପା ପିତାମ୍ବର ଅଭିଯୋଗ କରିଛନ୍ତି । ପୁଲିସ ଏବଂ ସ୍ଥାନୀୟ ତହସିଲଦାର ଆସନ୍ତାକାଲି ତଦନ୍ତ କରିବେ ଏବଂ ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି ।

nis-ad
Leave A Reply

Your email address will not be published.