ପୋଲାଣ୍ଡ ସୁନ୍ଦରୀ କାରୋଲିନା ହେଲେ ମିସ୍‌ ୱାର୍ଲ୍ଡ -୨୦୨୧

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଗତ ଡିସେମ୍ବରରୁ ଅଟକି ରହିଥିବା ମିସ୍‌ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା ୩ ମାସ ପରେ ସାନ ଜୁଆନସ୍ଥିତ କୋକାକୋଲା ମ୍ୟୁଜିକ୍ ହଲରେ ଅନୁଷ୍ଠିତ ହୋଇଛି। ଏହି ପ୍ରତିଯୋଗିତାରେ ମିସ୍ ଓ୍ୱାର୍ଲଡ-୨୦୨୧ ମୁକୁଟ ହାତେଇ ନେଲେ ପୋଲାଣ୍ଡ ସୁନ୍ଦରୀ କାରୋଲିନା ବେଲସ୍କା। ଗତବର୍ଷର ବିଶ୍ୱ ସୁନ୍ଦରୀ ଟୋନି-ଆନ ସିଂ କାରୋଲିନାଙ୍କୁ ମୁକୁଟ ପିନ୍ଧାଇଛନ୍ତି।
ଭାରତୀୟ ସୁନ୍ଦରୀ ମାନସା ବାରାଣାସୀ ପ୍ରତିଯୋଗିତାରେ ପଛରେ ପଡ଼ିଗଲେ। ଏକାଦଶ ସ୍ଥାନରେ ରହିଥିବା ମାନସା ଶ୍ରେଷ୍ଠ ୧୩ ପ୍ରତିଯୋଗୀ ତାଲିକାରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଭାରତୀୟ ବଂଶୋଦ୍ଭବ ମିସ୍ ଆମେରିକା ଶ୍ରୀ ସାଇନ ହାସଲ କରିଛନ୍ତି ଫାଷ୍ଟ ରନର୍ସ ଅପ୍ ଟାଇଟଲ ।
୨୧ ବର୍ଷ ପରେ ଗତବର୍ଷ ଭାରତର ହାରନାଜ କୌର ସାନ୍ଧୁ ମିସ୍‌ ୟୁନିଭର୍ସ ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଥିବା ବେଳେ ଏଥର କିନ୍ତୁ ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତାରେ ନିରାଶ କରିଛନ୍ତି ମାନସା। ହାଇଦ୍ରାବାଦରେ ଜନ୍ମ ଗ୍ରହଣ କରିଥିବା ମାନସା ପିତାଙ୍କ ଚାକିରି ଯୋଗୁ ଛୋଟ ବେଳୁ ମାଲେସିଆ ସିଫ୍ଟ ହୋଇଯାଇଥିଲେ। ଏହାପରେ ସେ ଭାରତ ଫେରି ହାଇଦ୍ରାବାଦରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ପଢ଼ିଥିଲେ। ୨୦୨୦ ମସିହାରେ ସେ ତେଲେଙ୍ଗାନା ତରଫରୁ ଫେମିନା ମିସ୍‌ ଇଣ୍ଡିଆ-୨୦୨୦ ପ୍ରତିଯୋଗିତାରେ ସାମିଲ ହୋଇ ଟାଇଟଲ ହାସଲ କରିଥିଲେ।
ମିସ୍‌ ୱାର୍ଲ୍ଡ କାରୋଲିନା ବେଲସ୍କା । ଚଳିତ ବର୍ଷ ମିସ୍‌ ୱାର୍ଲ୍ଡ ଜୁରୀ ପ୍ୟାନେଲରେ ମିସ୍‌ ୱାର୍ଲ୍ଡ-୧୯୯୬ ଜିସେଲ ଲାରୋଣ୍ଡ, ମିସ୍‌ ୱାର୍ଲ୍ଡ ଅର୍ଗାନାଇଜେନସନର ସିଇଓ ଜୁଲିଆ ମୋରଲି, ବ୍ରିଟିଶ ନୋଭୋଲିଷ୍ଟ, ସ୍ତମ୍ଭକାର, ପାର୍ଟିକ ରବିନସନ ପ୍ରମୁଖ ସାମିଲ ହୋଇଥିଲ।
ମହାମାରୀ କରୋନା ପାଇଁ ଗତ ଡିସେମ୍ବର ୧୬ ତାରିଖରେ ଆୟୋଜିତ ହେବାକୁ ଥିବା ମିସ୍‌ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଥିଲା। ଏହି ପ୍ରତିଯୋଗିତା ଫାଇନାଲ Puerto Ricoରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ ଭାଗ ନେଇଥିବା ପ୍ରତିଯୋଗୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେଣୁ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ନିଷ୍ପତ୍ତି ଯାଏ ସ୍ଥଗିତ ରଖାଯାଇଥିଲା। ଏହାପରେ ମାର୍ଚ୍ଚରେ ଆୟୋଜିତ ହୋଇଛି ଏହି ବହୁ ପ୍ରତିକ୍ଷୀତ ପ୍ରତିଯୋଗିତା।

nis-ad
Leave A Reply

Your email address will not be published.