ଜମିପଟ୍ଟା କରିଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆର୍‌ଆଇ

ଅନୁଗୁଳ : ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳା ଆର.ଆଇ ଜଗବନ୍ଧୁ ନାଏକ ଭିଜିଲାନ୍ସ ହାତରେ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନଗୁଳ ଭିଜିଲାନ୍ସ ବନ୍ତଳା ଆର.ଆଇଙ୍କୁ ଧରିଛି। ଜମିପଟ୍ଟା କରିଦେବା ନାଁରେ ଶରଧାପୁରର ସୁବାଷ ସାହୁଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବନ୍ତଳା ଆର.ଆଇ ଜଗବନ୍ଧୁ ନାୟକ।

ସୂଚନା ମୁତାବକ ବନ୍ତଳା ଅଞ୍ଚଳର ସୁବାଷ ସାହୁ ଜମି ପଟ୍ଟା କରିବାକୁ ଆର ଆଇ ଜଗବନ୍ଧୁ ନାଏକଙ୍କ ପାଖକୁ ଯାଇଥିଲେ। ଆର ଆଇ ଲାଞ୍ଚ ମାଗିବାରୁ ସୁବାଷ ଅନୁଗୁଳ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି ମଧ୍ୟାହ୍ନ ସମୟରେ ଆର ଆଇ ସୁବାଷଙ୍କ ପାଖରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଆର ଆଇ ଏହି ଟଙ୍କାକୁ ଜଣେ ସ୍ଥାନୀୟ ଲୋକ ନପନ ସାହୁଙ୍କ ମାଧ୍ୟମରେ ଅଭିଯୋଗକାରୀ ସୁବାଷ ପାଖରୁ ଆଣିବାକୁ କହିଥିଲେ।ଘଟଣା ସ୍ଥଳରେ ନପନକୁ ମଧ୍ୟ ଭିଜିଲାନ୍ସ କାବୁ କରିଥିଲା। ଅନୁଗୁଳ ଭିଜିଲାନ୍ସ ବିଭାଗର ଡି ଏସ ପି ସୋମନାଥ ବାରିକଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗର ଏକ ଟିମ ଆର ଆଇଙ୍କୁ କାବୁ କରିବା ବେଳେ ଉପସ୍ଥିତ ଥିଲେ। ଜଗବନ୍ଧୁଙ୍କୁ ଅନଗୁଳ ଭିଜିଲାନ୍ସ ଅଫିସ ଅଣାଯାଇ ପଚରାଉଚରା କରାଯାଉଥିବା ବେଳେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.