ମହାନଦୀରେ ବୁଡ଼ିଗଲେ ୪ ଜଣ ଯୁବକ, ଜଣେ ମୃତ

ଜଗତସିଂହପୁର: ମହାନଦୀ ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ୪ ଜଣ ଯୁବକ । ପୋଷଲ ମହାନଦୀ ଘାଟରେ ଗାଧୋଇବା ବେଳେ ବୁଡ଼ିଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ବଡଜିଙ୍ଗଲ ଗ୍ରାମର ନୃସିଂହ ଦାସଙ୍କ ପୁଅ ବିବେକ ଦାସ ହୋଇଥିବା ଜଣାପଡ଼ିଛି । ତାଙ୍କ ବୟସ ୧୮ବର୍ଷ । ଅନ୍ୟ ୩ ଜଣ ଯୁବକ ମଧ୍ୟ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ବଡ଼ଜିଙ୍ଗଲ ଗ୍ରାମର ବୋଲି ଜଣାପଡ଼ିଛି ।

ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଥିବା ଲୋକ ଅଗ୍ନିଶମ ବାହିନୀ କୁ ଜଣାଇଥିଲେ । ପରେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସ୍ଥାନୀୟ ଲୋକମାନେ ନିଖୋଜ ଯୁବକକୁ ଉଦ୍ଧାର କରିଥିଲେ ।

nis-ad
Leave A Reply

Your email address will not be published.