ମହିଳା କର୍ମଚାରୀଙ୍କୁ ଗୁଳିକରି ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ଖୋର୍ଦ୍ଧା: ଦିନ ଦ୍ବିପହରରେ ଗୁଳି କରି ମହିଳାଙ୍କଠାରୁ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ତିନି ଦୁର୍ବୃତ୍ତ ପଲ୍‌ସର ବାଇକ୍‌ରେ ଆସି ଗୁଳି କରି ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ଥାନା ଧାନଘର ନୂଆଗାଁ ଅଞ୍ଚଳରେ। ମହିଳାଜଣକ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ ବୋଲି ସୂଚନା ମିଳିଛି ।

ମହିଳାଙ୍କ ଗୋଡରେ ଗୁଳି ବାଜିଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଘରୋଇ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀ ରଞ୍ଜିତା ଖଟୁଆ ଆଜି ଏସ୍‌ଏଚ୍‌ଜି ଗ୍ରୁପ୍‌ରୁ ଟଙ୍କା ଆଦାୟ କରି ଫେରୁଥିଲେ। ତେବେ ବେଗୁନିଆ ଧାନଘର ନୂଆଗାଁରେ ତିନି ଜଣ ଯୁବକ ଏକ ପଲ୍‌ସର ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ରଞ୍ଜିତା ଟଙ୍କା ବ୍ୟାଗ ଛାଡ଼ି ନଥିଲେ। ହଠାତ ଜଣେ ଦୁର୍ବୁତ୍ତ ତାଙ୍କ ଉପରକୁ ଗୁଳିମାଡ କରି ଟଙ୍କା ଲୁଟି ନେଇଥିଲେ। ଗୁଳିଟି ତାଙ୍କ ଗୋଡ଼ର ପାଦରେ ବାଜିଥିଲା। ଖବର ପାଇଁ ବେଗୁନିଆ ପୋଲିସ ପହଞ୍ଚି ଗୁରୁ

nis-ad
Leave A Reply

Your email address will not be published.