ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରିଲା, ନିର୍ବାଚନ ମଇଦାନରେ ଅଧକ୍ଷ ପଦ ପାଇଁ ୬ ପ୍ରାର୍ଥୀ


ହିଞ୍ଜିଳିକାଟୁ (୧୪/୩) : ଚଳିତ ମାସ ୨୪ ତାରିଖରେ ୧୦୬ ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ । ଚଳିତ ମାସ ୨ ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୭ ତାରିଖ ସୋମବାର ସୁଦ୍ଧା ନାମାଙ୍କନ ଦାଖଲ ଶେଷ ହୋଇଛି । ସୋମବାର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁରେ ଅଧ୍ୟକ୍ଷ ଓ ୨୧ଟି ୱାର୍ଡ ସକାଶେ କାଉନସିଲରପଦବୀ ସକାଶେ ନିର୍ବାଚନ ଅନୁଷ୍ଠିତ ହେବ । ଅଧ୍ୟକ୍ଷ ପଦବୀ ସକାଶେ ସିଧାସଳଖ ମତଦାନ ବ୍ୟବସ୍ଥା ରହିଛି । ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଅଧ୍ୟକ୍ଷ ପଦବୀ ସମତେ ୨୧ଟି ୱାର୍ଡ ସକାଶେ ନିର୍ବାଚନ ଅନୁଷ୍ଠିତ ହେବ । ଅଧ୍ୟକ୍ଷ ପଦବୀ ସକାଶେ ୮ଜଣ ନାମାଙ୍କନପତ୍ର ଦାଖଲକରିଥୁଲେ ସୋମବାର ଶେଷ ପ୍ରତ୍ୟାହାର ଦୁଇଜଣ ପ୍ରକାଶ ଚନ୍ଦ୍ର ସ୍ବାଈଁ ଓ ରାଜିବ କୁମାର ପାଢି ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି ।ଅଧ୍ୟକ୍ଷାପୟନିର୍ବାଚନ ରଣାଙ୍ଗନରେ ୬ ଜଣ ଦଣ୍ଡାୟମାନ ହୋଇଛନ୍ତି । ସେମାନେ ହେଲେ ବିଜେଡିରୁ ସୁବାଷ ଚନ୍ଦ୍ର ପୋଲାଇ, ବିଜେପିରୁ ସନ୍ତୋଷ ପାଣିଗ୍ରାହୀ, କଂଗ୍ରେସରୁ ସୁନାରାମ ସାବତ ଓ ସ୍ୱାଧିନ ପ୍ରାର୍ଥୀ ଭାବେ ଶ୍ରୀନୁ ବାଡତ୍ୟା,ନାରାୟଣ ସାହୁ ଓ ରଞ୍ଜିତ କୁମାର ପୋଲାଇ । ସେହିପରି ୨୧ଟି ୱାର୍ଡ ମଧ୍ୟରୁ ୧ନଂ ୱାର୍ଡ ସକାଶେ ୪ ଜଣ ପ୍ରାର୍ଥୀ ସୁଧିର କୁମାର ପଣ୍ଡା, ଅରୁଣ ଦାସ,ସରୋଜ କୁମାର ପଣ୍ଡା ଓ ଗୋପାଳ କୃଷ୍ଣ ପାଠି । ୨ରୁ ୩ ଜଣ ପ୍ରାର୍ଥୀ ବିପ୍ର ନାଇକ, ସମିର ସେଠି ଓ ଯୁଧିଷ୍ଟିର ଦାସ, ୩ରୁ ୨ ଜଣ ନଳିନି ପଣ୍ଡା ଓ ପିଙ୍କି ଗୈ।ଡ, ୪ରୁ ୪ ଜଣ ରଞ୍ଜିତା ଚୌଧୁରୀ, ଅନିତା ଚୌଧୁରୀ, ସିଲ୍ପା ସେଠି ଓ ବିଣାପାଣି ପୋଲାଇ, ୫ରୁ କଙ୍ଗ୍ରେସ ପ୍ରାର୍ଥୀ ମାଗି ବେହେରା ଓ ସ୍ଵାଧିନ ପ୍ରାର୍ଥୀ ପ୍ରଭାତ ଦାସ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ ଜଣେ ମାତ୍ର ପ୍ରାର୍ଥୀ ଭାବେ ଵିଜେଡି ରୁ ବିଭୁ ପ୍ରସାଦ ପଣ୍ଡା, ୬ରୁ କଙ୍ଗ୍ରେସରୁ ଟୂନି ଦାସ ଓ ବିଜେପିରୁ ଶକୁନ୍ତଳା ସାହୁ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର ପରେ ଵିଜେଡିରୁ ସୁଚିତ୍ରା ପଣ୍ଡା, ୭ ରୁ ଶଶି ଶଵର ଓ ୮ରୁ ବିଳାସ କୁମାରୀ ମହାନ୍ତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ୯ରୁ ୨ ଜଣ ପ୍ରାର୍ଥୀ ରିନା ଗଉଡ ଓ ଲକ୍ଷ୍ମୀ ସ୍ୱାଇଁ, ୧୦ରୁ ୨ ଜଣ ପ୍ରାର୍ଥୀ ସୁପ୍ରଭା ମହାରଣା ଓ ରବିନ୍ଦ୍ର ପାଣିଗ୍ରାହୀ, ୧୧ରୁ ୩ ଜଣ ପ୍ରାର୍ଥୀ ଅମୁଲ୍ୟ ସାହୁ, ଇ ଅର୍ନ୍ତଯାମୀ ପାତ୍ର ଓ ରଜନି ମହାରଣା, ୧୨ରୁ ୩ ଜଣ ପ୍ରାର୍ଥୀ ସୁନିତା ମିଶ୍ର, ରୁକ୍ମୁଣି ବିଷୋୟୀ, ଓ ବିଷ୍ଣୁ ପ୍ରସାଦ ଖାଡଙ୍ଗା,୧୩ରୁ ଜଣେ ପ୍ରାର୍ଥୀ ସୁବାଷ ସାହୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ୧୪ରୁ ୨ ଜଣ ପ୍ରାର୍ଥୀ ମଞ୍ଜୁ ବେହେରା ଓ ତପସ୍ୱିନି ବେହେରା, ୧୫ରୁ ୪ ଜଣ ପ୍ରାର୍ଥୀ ସରୋଜ ସାହୁ, ସଂସ୍କାର ପଟ୍ଟନାୟକ, ଲକ୍ଷ୍ମଣ ବେହେରା ଓ ଗୋପବନ୍ଧୁ ବେହେରା, ୧୬ରୁ ୨ ଜଣ ପ୍ରାର୍ଥୀ ମଧୁସ୍ମିତା ବେହେରା ଓ ଜାନକି ବଲ୍ଲଭ ଦେବୀ, ୧୭ରୁ ଜଣେ ପ୍ରାର୍ଥୀ ଶ୍ୟାମଘନ ବେହେରା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ୧୮ରୁ ୨ ଜଣ ପ୍ରାର୍ଥୀ ସନ୍ତୋଷିନି ବେହେରା ଓ ରିତା ସେଠି, ୧୯ରୁ ଏକମାତ୍ର ପ୍ରାର୍ଥୀ ଭାବେ ବସନ୍ତ କୁମାର ବେହେରା, ୨୦ରୁ ୩ ଜଣ ପ୍ରାର୍ଥୀ ବନିତା ନାହାକ, ବବିତା ପାଠି ଓ ବବିତା ନାହାକ ଓ ୨୧ନଂ ୱାର୍ଡରୁ ୩ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଛନ୍ତି । ସେମାନେ ହେଲେ ମମତା ବାଡତ୍ୟା, ସୁଜତା ସ୍ୱାଇଁ ଓ ମାମିନି ନାହାକ ।
ପ୍ରକାଶ ଯେ, ୨୧ ଓ୍ବାର୍ଡ ବିଶିଷ୍ଟ ହିଞ୍ଜିଳିକାଟୁ ପୌରାଞ୍ଚଳର ୨୦ ହଜାର ୬୯୬ ଭୋଟରଙ୍କ ମଧ୍ୟରୁ ୧୦ ହଜାର ୮୦୮ ପୁରୁଷ, ୯ ହଜାର ୮୮୭ ମହିଳା ଓ ଜଣେ ମାତ୍ର ତୃତୀୟ ଲିଙ୍ଗ ଭୋଟର ସେମାନଙ୍କ ବହୁମୁଲ୍ୟ ମତଦାନ ସାବ୍ୟସ୍ତ କରିବେ । ପ୍ରତ୍ୟାହାର ଦିବସର ଧାର୍ଯ୍ୟ ସମୟ ମଧ୍ୟରେ ବହୁ ସ୍ବାଧିନ ପ୍ରାର୍ଥୀ ଆତ୍ମ ଗୋପନ କରିଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିକୁ ଚାହିଁ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରୁ ଓହରି ଯାଇଥିବା ଜଣାପଡିଛି । ଆଗକୁ କିଛି ଓ୍ବାର୍ଡରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ପ୍ରତିକୁଳ ଓ ଅଡୁଆ ପରିସ୍ଥିତି ସୃଷ୍ଟି ହେବା ଯଥେଷ୍ଟ ସମ୍ଭାବନା ରହିଛି ।

nis-ad
Leave A Reply

Your email address will not be published.