ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ…


ହିଞ୍ଜିଳିକାଟୁ : ମଙ୍ଗଳବାର ସକାଳେ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମ ଦେଇ ଋଷିକୁଲ୍ୟା ନଦୀରେ ବୁଡ଼ି ଜୈନିକା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣକ ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ବଡ଼ସାହି ବାସିନ୍ଦା ତିଳ ପ୍ରଧାନ (୬୫) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ମଙ୍ଗଳବାର ସକାଳେ ବୃଦ୍ଧା ଜଣଙ୍କ ଗାଧୋଇବାପାଇଁ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଯାଇଥିଲେ । ସ୍ନାନ କରୁଥିବା ବେଳେ ଅସାବଧାନତା ବଶତଃ ନଦୀ ପାଣିରେ ବୁଡି ଯାଇଥିଲେ । ଉପସ୍ଥିତ ମହିଳା ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।

nis-ad
Leave A Reply

Your email address will not be published.