ମାଲକାନଗିରି ମହାବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି,(୧୪/୦୩) : ମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟ ପକ୍ଷରୁ ଗତକାଲି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିସର ତଥା କ୍ୟାମ୍ପସ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ସଫଳ ଭାବରେ ରୂପାୟନ କରିବା ପାଇଁ ମହାବିଦ୍ୟାଳୟର ଏନ.ସି.ସି, ଏନ.ଏସ.ଏସ ଏବଂ ଯୁବ ରେଡକ୍ରସ ମିଳିତ ଭାବରେ ଉଦ୍ୟମ କରିଥିଲେ । ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମଟି ସକାଳ ୭ ଘଟିକା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ଦ୍ଵାରା ଉଦଘାଟିତ କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି.ଏସ.ଏଫ ଡେପୁଟି କମାଣ୍ଡର ସୁଭଞ୍ଜନ ମହାପାତ୍ର ଯୋଗ ଦେଇ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀମାନେ ଶୃଙ୍ଖଳିତ ଭାବରେ କ୍ୟାମ୍ପସ ପରିସରରେ ଥିବା ଅଳିଆ, ଆବର୍ଜନା, ଶୁଖିଲା ପତ୍ର, ପ୍ଲାଷ୍ଟିକ ବୋତଲ, ପଲିଥିନ ଇତ୍ୟାଦିକୁ ସଫା କରିଥିଲେ ଏବଂ ଏହିପରି ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଦିନ ୧୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଜିଲ୍ଲା ଯୁବ ରେଡକ୍ରସର ଆବାହକ ତଥା ସଂଯୋଜକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁଙ୍କ ତତ୍ୱବଧାନରେ କରାଯାଇଥିଲା । ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରୀ ନମିତା ଦଣ୍ଡସେନା ଉପସ୍ଥିତ ରହି ସ୍ବେଚ୍ଛାସେବୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ପ୍ରେରଣା ଦେବା ସହିତ ଆଗାମୀ ଦିନରେ ଆହୁରି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି କହିଛନ୍ତି । ଏନ.ଏସ.ଏସ ଅଧିକାରୀ ପ୍ରମିୟ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ବେଚ୍ଛାସେବୀମାନଙ୍କୁ କ୍ୟାମ୍ପସ ସଫାକରିବାରେ ସାହାଯ୍ୟ କରିଥିଲେ । ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଶେଷରେ ଏନ.ସି.ସି ଅଧିକାରୀ ଲେଫ୍ଟିନାଣ୍ଡ ସୁଶାନ୍ତ ମାଝୀ ସଫେଇ କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.