ପ୍ରସ୍ତାବିତ ଡାଲମିୟା ସିମେଣ୍ଟ କାରଖାନ ପ୍ରତିଷ୍ଠାକୁ ନେଇ ମାଟାପାକା ଗ୍ରାମରେ ଜନଶୁଣାଣୀ…

ମାଲକାନଗିରି : ବହୁ ଦିନ ହେଲା ମାଲକାନଗିରି ଜିଲ୍ଲାରେ ଥିବା କାରଖାନା ସଙ୍କଟ କୁ ନେଇ ଲାଗିଥିବା ଆଶଙ୍କା ର ବିରାମ ଘଟିବାକୁ ଯାଉଛି । ମାଲକାନଗିରି ଜିଲ୍ଲା ମାଟାପାକା ଓ ନିଲିଗୁଡା ପଞ୍ଚ।ୟତ ରେ ଗଛିତ ରହିଥିବା ବକ୍ସାଇଟ ଖନନ ଓ ସିମେଣ୍ଟ ଫ୍ୟାକ୍ଟ୍ରି ପ୍ରତିଷ୍ଠା କୁ ନେଇ ଆଜି ସମଗ୍ର ଅଞ୍ଚଳରେ ପ୍ରଥମ ଥରଜନ ଶୁଣାଣି ଆୟୋଜିତ ହୋଇଛି । ଏହି ଜନଶୁଣାଣୀ ରେ ତିନୋଟି ଗ୍ରାମ ପଞ୍ଚାୟତ ର ଲୋକମାନେ ନିଜ ନିଜର ବକ୍ତବ୍ୟ ରଖିବା ସହିତ କମ୍ପାନୀ ପ୍ରତିଷ୍ଠା ହେଲେ ସମସ୍ତ ଲୋକଙ୍କୁ ଚାକିରୀ ଓ କ୍ଷତିପୂରଣ ଦେବାକୁ ଦାବି ସହ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବାକୁ ଦାବୀ କରିଥିଲେ । ଏଥିରେ ସହମତି ହୋଇ କମ୍ପାନୀ କର୍ତ୍ତୃପକ୍ଷ ଅଞ୍ଚଳ ବିକାଶ ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପରିବେଶ ର ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେଥିଲେ ।

nis-ad
Leave A Reply

Your email address will not be published.