ଅଟୋକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ : ୩ ଗୁରୁତର…


ହିଞ୍ଜିଳିକାଟୁ: ଶନିବାର ସକାଳେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକନଗର ଛକ ମୁଖ୍ୟ ରାସ୍ତାରେ ଏକ ଦୂର୍ଘଟଣା ଘଟିଛି । ଦୂର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଆସିକା ଥାନା ମୁନିଗାଡି ଗ୍ରାମର କୁନି ସାହୁ (୩୦), ରୋଜି ସାହୁ (୪) ଓ ଶୁଭମ ସ୍ବାଇଁ (୧୫) ଯାତ୍ରୀଵାହି ଅଟୋଚାଳକ ରଘୁନାଥ ସାହୁ( ୩୩)ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ଶନିବାର ସକାଳେ ଆସିକା ଥାନା ମୁନିଗାଡି ଗ୍ରାମର ଏକ ପରିବାରର ୬ ଜଣ ସୁରତ ଯିବା ପାଇଁ ଏକ ଯାତ୍ରୀବାହୀ ଅଟୋ (ଓଡି୩୨ ୫୪୧୯) ଯୋଗେ ବ୍ରହ୍ମପୁର ରେଳଷ୍ଟେସନକୁ ଯାଉଥିବା ବେଳେ ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକନଗର ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଆସି ଅଟୋ ପଛକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚାଲି ଯାଇଥିଲା । ଆମ୍ବୁଲାନ୍ସ ଧକ୍କାରେ ଅଟୋଟି ରାସ୍ତା ମଧ୍ୟସ୍ଥ ମେଡିୟାନକୁ ଧକ୍କା ହୋଇ ରାସ୍ତା ଉପରେ ଓଲଟି ପଡିଥିଲା ।

nis-ad
Leave A Reply

Your email address will not be published.