ନିମ୍ନ ମାନର ରାସ୍ତା କାମକୁ ବିରୋଧ କରି ରାସ୍ତା ଅବରୋଧ କଲେ ଗ୍ରାମବାସି…

ମାଲକାନଗିରି : ମାଲକାନଗିରି ଜିଲ୍ଲା ପେଦାବାଡା ପଞ୍ଚାୟତ ବରଜା ଗ୍ରାମ ଛକ ନିକଟରେ ନିମ୍ନ ମାନର ରାସ୍ତା କାମକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି । ଦୀର୍ଘ 4 ବର୍ଷ ଧରି କୋତାମେଟା ଠାରୁ କୁଡୁମୁଳୁଗୁମା ପ୍ରଯ୍ୟନ୍ତ ହେଉଥିବା ରାସ୍ତା କାମ ସମ୍ପୂର୍ଣ ହେଉନଥିବା ଯଗୁଁ ଆଜି ଗ୍ରାମବାସି ମାନେ ରାସ୍ତା ଅବରୋଧ କରିଛନ୍ତି । ଏହି ରାସ୍ତାରେ ସେହି ପଞ୍ଚାୟତ ର ଅନେକ ଲୋକ ଭରସା କରିଥାନ୍ତି । ତେଣୁ ଏହି ରାସ୍ତା ଟି ଦୀର୍ଘ 4 ବର୍ଷ ଧରି ସମ୍ପୂର୍ଣ ହେଉ ନଥିବା କାରଣରୁ ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା, ଗ୍ରାମବାସି ମାନେ ନିଜ କାମରେ ଗ୍ରାମ ବାହାରେ ଯିବା ସହ ରୋଗୀ ମାନଙ୍କୁ ଚିକିସ୍ୟା କରିବା ପାଇଁ ତୁରନ୍ତ ମାଲକାନଗିରି ଆସିବାରେ ଅନେକ ସମସ୍ୟା ହେଉଛି । ତେଣୁ ଏହି ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନେ ଅଭିଯୋଗ କରି ରାସ୍ତା ରୋକ କରିଛନ୍ତି ।

nis-ad
Leave A Reply

Your email address will not be published.