ଖଲ୍ଲିକୋଟରେ ଅନ୍ତର୍ଜାତୀୟ ମହିଳା ଦିବସ

ଖଲ୍ଲିକୋଟ, (୮/୩) : ଖଲ୍ଲିକୋଟ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବ୍ଲକର ସଭା ଗୃହରେ ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧକ୍ଷତା ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ଆୟୋଜିତ ଏହି ଦିବସ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତୀ ମିତାଲି ପ|ତ୍ର ଯୋଗ ଦେଇ ସମାଜ ରେ ଲିଙ୍ଗଗତ ବିଭିଧତା କୁ ମହିଳା ମାନେ ଏହାର ସମାଧାନ ର ସୂତ୍ର ଧର ହେବା ଉଚିତ ବୋଲି ପ୍ରକାଶ କରି ମହିଳା ମାନେ ସମାଜ ରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ କୁ ଲୋପକରି ଆର୍ଥିକ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଭରସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟୁତ ପ୍ରଭା ଦାଶ ମହିଳା ମାନେ ସବୁ ବେଳେ ଯୁଗ ସମାଜ ସାଙ୍ଗକୁ ସହାବସ୍ଥାନ ର କେନ୍ଦ୍ରବିନ୍ଦୁ ଭାବେ ଭୂମିକା ଲିଭାଇଥିବା ବେଳେ ଏ ବି ଡି ଓ ନାରାୟଣ ବେହେରା ଓ ଏ ବି ଇ ଓ ମଙ୍ଗୁଲୁ ଜେନା ଡି ଆର ଡବ୍ଲୁ କାମେଶ୍ୱର ପରିଡା ସମେତ ବି ପି ସି ଦୀପିକା ସେଠି ଓ ଅଙ୍ଗନବାଡି ସୁପରଭାଇଜର ପ୍ରମୁଖ ମହିଳା ଙ୍କ ସାମାଜିକ ଆର୍ଥିକ ନିରାପତା ସାଙ୍ଗକୁ ଭୃଣ ହତ୍ୟା ଓ ବାଲ୍ୟ ବିବାହ କୁ ରୋକିବା ପାଇଁ ମହିଳା ମାନେ ଆଗେଇ ଆସିବା ପାଇଁ ପରାମର୍ଶ ଦିଆଯାଇଥିଲା l କନ୍ୟା ସନ୍ତାନ ର ଜନନୀ ବନିତା ମିଶ୍ର ଙ୍କୁ ସ ମ୍ମାନିତ କରିବା ଓ ବି ଡି ଓ ଶ୍ରୀମତୀ ପ|ତ୍ର ଓ ଶିକ୍ଷୟତ୍ରୀ ଶ୍ରୀମତୀ ଦାଶ ଙ୍କ ସମେତ ବ୍ୟାଙ୍କ ମିତ୍ର ବି ସି ଓ ଦୁଇଗୋଟି ମହିଳା ଉତ୍ପାଦିକା ମହିଳା ଗୋଷ୍ଠି ଙ୍କ ସମେତ ଉତ୍ତମ ସେବା ଯୋଗାଇଥିବା ଅଙ୍ଗନବାଡି କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ମହିଳା କନ୍ୟା ସନ୍ତାନ ମାନଙ୍କୁ ନେଇ ଏକ କେକ୍ କଟା ଯାଇଥିବା ବେଳେ ରଘୁନାଥପୁର ଅଙ୍ଗନବାଡି କର୍ମୀ ପାର୍ବତୀ ଦାଶ ମହିଳା ଦିବସ ଉପଲକ୍ଷେ ଏକ ସ୍ଵ ରଚିତ କବିତା ଆବୃତି କରିଥିଲେ l

nis-ad
Leave A Reply

Your email address will not be published.