ଶ୍ମଶାନ ପାଲଟିଛି ଡମ୍ପିଂୟାର୍ଡ, ପବିତ୍ର ସ୍ଥାନରେ ଭର୍ତ୍ତିହୋଇ ରହିଛି ଅଳିଆ ଆବର୍ଜନା…

ମାଲକାନଗିରି : ମାଲକାନଗିରି ସହରର ଶ୍ମଶାନ ଘାଟ । ଜୁଆଡେ ଚାହିଁବେ ସିଆଡେ ଭର୍ତ୍ତି ହୋଇଛି କୁଢକୁଢ ଅଳିଆ । କେଉଁଠି ପଚାସଢା ଜିନିଷ ତ ପୁଣି କେଉଁଠି ଅଦରକାରୀ ବର୍ଜ୍ୟବସ୍ତୁ ଗଦା ହୋଇଛି । ଶ୍ମଶାନ ନୁହେଁ, ବରଂ ଏହା ଡମ୍ପିଂୟାର୍ଡ ସଦୃଶ ମନେ ହେଉଛି ।

ମାଲକାନଗିରି ତା:- ୦୬/୦୨ ଶ୍ମଶାନ ଏକ ପବିତ୍ର ସ୍ଥାନ । ଯେଉଁଠି ମୃତ୍ୟୁ ପରେ ପଞ୍ଚଭୂତରେ ଲୀନ ହୋଇଥାଏ ମରଶରୀର । ଶାସ୍ତ୍ରରେ ଲେଖାଅଛି ଈଶ୍ୱର ସେଇଠି ବସବାସ କରନ୍ତି । ଶ୍ମଶାନରେ ସୁସ୍ଥ ପରିବେଶ ସୃଷ୍ଟି କରିବାପାଇଁ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ, କିନ୍ତୁ ଏହି ସ୍ବର୍ଗଦ୍ବାର ଏବେ ପାଲଟିଛି ଡମ୍ପିଂୟାର୍ଡ । ମାଲକାନଗିରି ସହରରେ ଶ୍ମଶାନରେ ଭର୍ତ୍ତି ହୋଇଛି କୁଢକୁଢ ଅଳିଆ ।
ପବିତ୍ର ସ୍ଥାନରେ ଭର୍ତ୍ତି ହୋଇଛି କୁଢକୁଢ ଆବର୍ଜନା ସହରରେ ଥିବା ଶ୍ମଶାନ ଏବେ ଯେମିତି କୋମାକୁ ଚାଲିଗଲା ଭଳି ମନେ ହେଉଛି । ଶ୍ମଶାନରେ ମୃତଦେହ ଦାହ ପରିବର୍ତ୍ତେ ଅବର୍ଜାନା ଗୁଡିକୁ ଠୁଳ କରାଯାଉଛି । ଫଳରେ ଏଠାକୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲି ଏତିକି ନୁହେଁ ଗୋଟିଏ ଛାତ ତଳେ ଦୁଇଟି ମରଶରୀର ଦାହ ପାଇଁ ସ୍ଥାନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେଥି ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣଭାବେ ଭାଙ୍ଗିଯାଇଥିବା ବେଳେ ଅନ୍ୟଟି ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଛି ।ଅନ୍ୟପଟେ ବିଶ୍ରାମ ଗୃହଟି ମଧ୍ୟ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି । ୨୦୨୦ ମସିହାରେ ପୌରପରିଷଦ ନିର୍ବାଚନ ହେବାକୁ ଥିବା ବେଳେ ତାହା କିନ୍ତୁ ଦୁଇବର୍ଷ ବିଳମ୍ବରେ ହେଉଥିବାରୁ ସହରବାସୀ ଏହି ସମସ୍ୟା ନେଇ ଅଧିକାରୀଙ୍କୁ ବାରମ୍ବାର ଜଣାଇଲେମଧ୍ୟ କେହି କର୍ଣ୍ଣପାତ କରିନଥିବା ସହରବାସୀ କହିଛନ୍ତି । ମ୍ୟୁନିସିପାଲଟି ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ପରିସ୍ଥିତି ହୋଇଛି କହୁଛନ୍ତି ବୁଦ୍ଧିଜୀବୀ। ଏନେଇ ମ୍ୟୁନିସିପାଲଟିର ଅଧିକାରୀଙ୍କୁ ପଚାରିବାରୁ ସେ କଥାକୁ ଏଡାଇଦେଇ କିଛିବି ମତ ଦେବିନାହିଁ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.