ଆସନ୍ତା ୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବେ କ୍ରିଷନ କୁମାର

ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟ ପୂର୍ତ୍ତ ବିଭାଗ ସଚିବ ୨୦୦୨ ବ୍ୟାଚ୍‌ ଆଇଏଏସ୍‌ ଡା. କ୍ରିଷନ କୁମାରଙ୍କୁ ଆସନ୍ତା ୭ ତାରିଖରେ ରାଜ୍ୟ ସରକାର ରିଲିଭ୍‌ କରିବେ । ସେ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି । ସେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦାୟିତ୍ୱ ନେବେ । ଡା. କ୍ରିଷନ କୁମାର ପୁରୀ ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱରେ ମଧ୍ୟ ଥିଲେ ।

ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ବୀର ବିକ୍ରମ ଯାଦବଙ୍କୁ ପୂର୍ତ୍ତ ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶ୍ରୀ ଯାଦବ ଖାଦ୍ୟ ଯୋଗାଣ ବିଭାଗ ଶାସନ ସଚିବ ସହ ଆଉ ୪ଟି ବିଭାଗ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଡା. କ୍ରିଷନ କୁମାରଙ୍କ ସ୍ଥାନରେ ଶ୍ରୀମନ୍ଦିର ପ୍ରଶାସକ ଭାବେ କାହାରିକୁ ନିଯୁକ୍ତି ମିଳିନାହିଁ ।

nis-ad
Leave A Reply

Your email address will not be published.