ସୋର ଉପ କାରାଗାରରେ ବିଷ ପିଇଲେ ବିଚରାଧୀନ କଏଦୀ

ସୋର : ପୁଣି ବିବାଦରେ ସୋର ଉପ କାରାଗାର । କିଛି ମାସ ତଳେ ଜେଲ ଭିତରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ବେଳେ ପୁଣି ଆଜି ଆଉ ଜଣେ ବିଚାରାଧୀନ କଏଦି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି ।

ତେବେ କଏଦୀ ଜଣକ କାହିଁକି ଓ କଣ ଖାଇଥିବା ସ୍ପଷ୍ଟ ଭାବେ ଜଣାପଡିନଥିବା ବେଳେ ଜେଲରେ ବ୍ୟବହୃତ ହେଉଥିବା ବ୍ଲିଚିଂ ପାଉଡର ଖାଇ ଦେଇଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ।

କଏଦୀ ଜଣକ ସୋର ପୌରପାଳିକା ଅଞ୍ଚଳର ନିର ଦଳେଇ କିଛି ଦିନ ହେବ ଏକ ହତ୍ୟା ମାମଲାରେ ଜେଲ୍ ରେ ଥିବା ଜଣାପଡିଛି । ଜେଲ୍ କର୍ତ୍ତୃପକ୍ଷ କଏଦୀ ଜଣଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.