୧୫୭ ନୁହେଁ ୫ ହଜାର ପୁରୁଷ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିଛନ୍ତି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର ୨୩୧: ପୁରୁଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଉପ ମୁଖ୍ୟମନ୍ତ୍ରୀ ମହୋଦୟା କହିଛନ୍ତି ୧୫୭ ସୁଭଦ୍ରା ପୁରୁଷ ହିତାଧିକାରୀ ସୁଭଦ୍ରା ଟଙ୍କା ନେଇଛନ୍ତି । ପୁରୁଷ ହିତାଧିକାରୀ କେମିତି ନେଲେ ସୁଭଦ୍ରା ଟଙ୍କା । ହାଇଟେକ ସିଷ୍ଟମରେ ସବୁ ଚଲାଉଛନ୍ତି । ଆମେ ଦେଖିଛୁ ୧୫୭ ନୁହେଁ ୫ ହଜାର ପୁରୁଷ ଆବେଦନ କରିଛନ୍ତି । ସେ ସବୁ ବିଜେପି କର୍ମୀ । କେମିତି ଭୁଲ ହେଲା, ସବୁ ଭୁଲ କରି କରି ଚାଲିଥିବେ ଲୋକ କ’ଣ ବୋକା ଅଛନ୍ତି ସବୁ ଶୁଣୁଥିବେ । 

ଆଧାର କ’ଣ ଯାଞ୍ଚ କରୁଥିଲେ, ଜାଣି ପାରିଲେନି ନା ଜାଣିକି କର୍ମୀ ମାନଙ୍କୁ ସନ୍ତୁଷ୍ଟ କରିବାକୁ ଏସବୁ କରିଛନ୍ତି । ସରକାର କେତେ ସ୍ୱଚ୍ଛ ନିର୍ମଳ ଜଣାପଡୁଛି । କର୍ମୀଙ୍କ ପାଇଁ ନୁହଁ ସାଧାରଣ ଲୋକଙ୍କ ପାଇଁ କାମ କରୁ ସରକାର । କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ କରିଥିଲେ କି ସୁଭଦ୍ରା ଯୋଜନା । କର୍ମୀଙ୍କ ଆକାଉଣ୍ଟକୁ କେମିତି ଗଲା ପଇସା । ଯଦି ଜାଣନ୍ତରେ ହୋଇଛି, ସରକାର କ୍ଷମା ମାଗନ୍ତୁ ବୋଲି ପ୍ରମିଳା କହିଛନ୍ତି ।

nis-ad
Leave A Reply

Your email address will not be published.