ଝରପାରିରେ ହାଡ଼ଭଙ୍ଗା ଚିକିତ୍ସା ମାଗଣା

ଚିକିତ୍ସା ପରେ ଜେନେରିକ ଔଷଧ ଦେଇ ରୋଗୀଙ୍କୁ ଶୋଷଣ କରାଯାଉଛି….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅଞ୍ଚଳରେ ଥିବା ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ହାଡ଼ ଭାଙ୍ଗିଥିବା ଚିକିତ୍ସା କରାଯାଉଛି। ଜିଲ୍ଲା ସମେତ ଜିଲ୍ଲା ବାହାର ରୁ ଦୂର ଦୁରାନ୍ତ ରୁ ହାଡ଼ ଭଙ୍ଗା ଚିକିତ୍ସା କରିବାକୁ ଲୋକେ ଝରପାରି ଗାଁ କୁ ଆସନ୍ତି। ଏଠାରେ ଚିକିତ୍ସା ଓ ହାଡ଼ ଯୋଡିବା ପାଇଁ ଯେଉଁ ବୈଦ୍ୟ ଅଛନ୍ତି, ସେ ରୋଗୀଙ୍କ ଠାରୁ ଚିକିତ୍ସା ପାଇଁ କୌଣସି ଫିସ ନିଅନ୍ତି ନାହିଁ। ଲୋକେ ଠାକୁରଙ୍କ ନାମରେ ଛଞ୍ଚା ପାଇଁ ନିଜ ଇଚ୍ଛା ମୁତାବକ ଦାନ ଦିଅନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ଝରପାରି ଗାଁ ରେ କିଛି ବ୍ୟକ୍ତି ବିଶେଷ ବେଣ୍ଡିଜ, ଅଣ୍ଡା ଓ ତେଲ ଦୋକାନ ଖୋଲି ୧୦୦ ଟଙ୍କାର ସାମଗ୍ରୀ ୫୦୦ ଟଙ୍କା ରେ ବିକ୍ରି କରୁଥିବା ନେଇ ରୋଗୀଙ୍କ ସମ୍ପକୀୟ ମାନେ ଅଭିଯୋଗ କରୁଛନ୍ତି। ୟେତ ଗଲା ବେଣ୍ଡେଜ ପାଇଁ ଲୁଟ। ତାପରେ ଅନଭିଜ୍ଞ ଟେକନିସିନ ମାନେ ଭାଙ୍ଗି ଥିବା ହାତ ଗୋଡ଼ର ଏକ୍ସରେ ମଧ୍ୟ ଉଠନ୍ତି। ଏକ୍ସର ଦର ଯାହା ଦାବୀ କରନ୍ତି ସାରା ରାଜ୍ୟରେ ବି ଏଭଳି ଚଢା ଦାମ ବଡ଼ ବଡ଼ ନର୍ସିଙ୍ଗ ହୋମ ରେ ବି ନାହିଁ। ତାପରେ ବେଣ୍ଡିଜ କରିବା ପରେ କାଲସିୟମ ଟେଵଲେଟ ନେବାକୁ କୁଆଡ଼େ ବାଧ୍ୟ କରାଯାଏ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।ପୁଣି ଜେନେରିକ ଔଷଧ କୁ ଅତି ଚଢା ଦରରେ ବି ବିକ୍ରି କରାଯାଏ। ଲୋକଙ୍କ ଯିବା ଆସିବା ର ଫାଇଦା ନେଇ ଚାହା କପ ୧୦ ଟଙ୍କା କଫି ଗୋଟାକୁ ୨୦ ଟଙ୍କା ରେ ମଧ୍ୟ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ହାଡ଼ ଭଙ୍ଗା ଚିକିତ୍ସା ପାଇଁ ଝର ପାରୀର ଗାଁର ପ୍ରଚାର ପ୍ରସାର ହେଉଛି। ଏଠାରେ ନିମ୍ନ ମାନର ଔଷଧ ସମ୍ପର୍କ ରେ ଅଭିଯୋଗ କରିବାକୁ ଲୋକେ ଭୟ କରନ୍ତି। ନାଲି ଆଖି ପୋଷା ମେଣ୍ଢା ମାନଙ୍କ ଭୟରେ ଲୋକେ ମୁହଁ ଖୋଲିବାକୁ ଭୟ କରନ୍ତି। ଝରପାରୀ ଗାଁ ରେ ଜିଲ୍ଲାର କୌଣସି ଡ୍ରଗ୍ସ ବିଭାଗ ର ପାଦ ପଢ଼ିନାହିଁ। ଏଠାରେ ନିମ୍ନ ମାନର ଔଷଧ ଦେଇ ଶୋଷଣ କରାଯାଉଥିଲେ ବି କୌଣସି ଅଧିକାରୀଙ୍କ ଦୃଷ୍ଟି ପଡ଼ୁନାହିଁ। ଝରପାରି ଗାଁ ରେ ବୈଦ୍ୟ ମାଗଣା ଚିକିତ୍ସା ହେଉଥିଲେ ବି ଶୋଷଣ କାରି ମାନେ ରୋଗୀଙ୍କ ଠାରୁ ଲୁଟୁ ଥିବା ନେଇ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଶୋଷଣ କରୁଥିବା ବ୍ୟକ୍ତି ବିଶେଷ ମାନେ ଗାଁ ରେ ସିସି କେମେରା ଲଗାଇଛନ୍ତି। ଏଠାରେ ଫୋଟ ଉଠାଇବା ପାଇଁ ମନା ଓ ବାରଣ କରାଯାଏ।

nis-ad
Leave A Reply

Your email address will not be published.