ଖୁବଶୀଘ୍ର ମେୟର ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେଡି

ଭୁବନେଶ୍ବର: ଆସନ୍ତା ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ତାଲିକା ଘୋଷଣା କରିବାକୁ ଯାଉଛି ଶାସକ ଦଳ ବିଜେଡ଼ି । ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ପାଇଁ ମେୟର ତାଲିକା ଘୋଷଣା କରିବା ଦଳ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଘୋଷଣା କରିବେ ପ୍ରାର୍ଥୀଙ୍କ ନାମ । ଏ ନେଇ ସୂଚନା ଦେଲେ ବିଜେଡ଼ି ବିଧାୟକ ସୁଶାନ୍ତ ରାଉତ । ଆସନ୍ତା ମାର୍ଚ୍ଚ ୨୪ରେ ହେବ ପୌର ଭୋଟ । ୨୬ ତାରିଖରେ ହେବ ଭୋଟ ଗଣତି। ୩ ମହାନଗର ସମେତ ୧୦୭ ପୌର ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ଅନ୍ୟପକ୍ଷରେ ଅନ୍ୟସମସ୍ତ ଦଳକୁ ପଛରେ ପକାଇ ଭାରତୀୟ ଜାତୀୟ କଂଗ୍ରେସ ଦଳର ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ପ୍ରାର୍ଥୀନୀ ନାମ ସାମ୍ନାକୁ ଆସିଛି । ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ମେୟର ପ୍ରାର୍ଥୀ ହୋଇଛନ୍ତି ।
ମଧୁସ୍ମିତା ଆଚାର୍ଯ୍ୟ ଜଣେ ଉଚ୍ଚଶିକ୍ଷିତା ସମାଜସେବୀ ଭାବେ ବିଭିନ୍ନ ମହଲରେ ପରିଚିତ । ଛାତ୍ର ଜୀବନରୁ ସେ ରାଜନୀତି ସହ ଜଡିତ । କମଳା ନେହେରୁ ଓମେନ୍ସ କଲେଜରେ ପ୍ରଥମେ ସମ୍ପାଦକ ଓ ପରେ ସଭାପତି ଭାବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ତା ପରଠୁ ସେ ବିଭିନ୍ନ ଏନଜିଓ, କ୍ରୀଡା ସଂଗଠନ, ସାମାଜିକ ସଂସ୍ଥାରେ ଜଡିତ ରହି ଲୋକଙ୍କ ସେବା କରୁଛନ୍ତି । ଧର୍ମଶାଳାର ପୂର୍ବତନ ବିଧାୟକ ସ୍ୱର୍ଗତ କାଙ୍ଗାଳି ପଣ୍ଡାଙ୍କ ପୂତ୍ରବଧୂ ହୋଇଥିବାରୁ ସାଧାରଣ ନିର୍ବାଚନରେ ତାଙ୍କର ପ୍ରତ୍ୟକ୍ଷ ଅଭିଜ୍ଞତା ରହିଛି ।

nis-ad
Leave A Reply

Your email address will not be published.