ସିଏମ୍‌ସି ନିର୍ବାଚନ: ପ୍ରଥମ କିନ୍ନର୍‌ ଭାବେ ଫର୍ମ କିଣିଲେ ତନୁଶ୍ରୀ

କଟକ: ସମାଜରେ ନିଜର ହକ୍‌ ଜାହିର୍‌ କରିବା ପାଇଁ ପୌର ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ତନୁଶ୍ରୀ କିନ୍ନର । କେବଳ ନିଜ କିନ୍ନର ସମାଜ ପାଇଁ ନୁହଁ ବରଂ ସମସ୍ତ କଟକବାସୀଙ୍କ ଦୁଃଖସୁଖର ସାଥୀହେବାକୁ ଲକ୍ଷ୍ୟ ରଖିଛନ୍ତି ତନୁଶ୍ରୀ । ଆଜି ସେ ସହିଦ୍‌ ଭବନ ଆସି କର୍ପୋରେଟର ପ୍ରାର୍ଥୀ ପାଇଁ ଫର୍ମ କିଣିଛନ୍ତି ।

ଖୁବ୍‌ ଶୀଘ୍ର ନିଜ ନାମାଙ୍କନ ପତ୍ର ଦାଖଲ କରିବେ । ତେବେ ତନୁଶ୍ରୀ କଟକ ଜିଲ୍ଲା କିନ୍ନର ସଂଘର ସଭାପତି ଭାବେ କାର୍ଯ୍ୟ କରୁଥିଲାବେଳେ ସମାଜସେବୀ ବେଶ୍‌ ପରିଚିତ ରହିଛନ୍ତି । ଏହାସହ ସିଏମ୍‌ସିର ବିଭିନ୍ନ ଯୋଜନାରେ କିନ୍ନରମାନଙ୍କୁ ସାମିଲ୍‌ କରାଇବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ସେ ସର୍ବଦା ଆଗଭର ରହିଥାନ୍ତି । ଯଦିଓ ଏଯାବତ୍‌ ତାଙ୍କୁ କୌଣସି ଦଳରୁ ଟିକଟ ମିଳି ନାହିଁ ତଥାପି ସେ ସ୍ୱାଧୀନ ଭାବେ ୱାର୍ଡ ନମ୍ବର ୩୮ରୁ କର୍ପୋରେଟର ପ୍ରାର୍ଥୀ ଭାବେ ଲଢେଇ କରିବେ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.