ଖଲ୍ଲିକୋଟରେ ଜାଗରଯାତ୍ରା, ସବୁ ଶୈବପୀଠରେ ଭକ୍ତଙ୍କ ଭିଡ


ଖଲ୍ଲିକୋଟ (୧/୩) : ପବିତ୍ର ଜାଗରଯାତ୍ରା ଅବସରରେ ଖଲ୍ଲିକୋଟ ଅଂଚଳର ବିଭିନ୍ନ ଶୈବ ପୀଠ ମାନଙ୍କରେ ଶିବ ଭକ୍ତ ମାନଙ୍କ ପ୍ରବଳ ଭିଡ ଅନୁଭୂତ ହୋଇଥିବା ଦେଖିବାକୁ ମିଳିଥିଲା l ଖଲ୍ଲିକୋଟ ର ବରାଳ ବାଲୁକେଶ୍ଵର ,ବାବା ଅମରେଶ୍ବର ,ଓ ନିର୍ମଳଝର ଠାରେ ଥିବା ବିଜେ ନୀଳକଣ୍ଠେଶ୍ଵର ଓ ପ୍ରସିଦ୍ଧ ଶୈବ ପିଠ ସକଳେଶ୍ଵର ,ଚିଲିକା ଭିତରେ ଥିବା ଗୁପ୍ତେଶ୍ୱର ମହାଦେବ ଓ ଝ|ଡ଼େଶ୍ୱର ,ବ|ରେଶ୍ୱର ,ବେଲେଶ୍ୱର ପ୍ରଭୃତି ଶିବ ମନ୍ଦିର ମାନଙ୍କରେ ରାତି ତମାମ ଦୀପ ପ୍ରଜ୍ଵଲନ ଶିବ କୃପା ଲାଭ ପାଇଁ ଭକ୍ତଙ୍କ ଭିଡ ଲାଗି ରହିଥିବା ବେଳେ ବିଭିନ୍ନ ଶିବ ମନ୍ଦିର ମାନଙ୍କୁ ରଙ୍ଗୀନ ଆଲୋକମାଳା ରେ ଆଲୋକିତ କରାଯାଇଥିଲା l ଭିଡ କୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ମନ୍ଦିର ମାନଙ୍କରେ ପୋଲିସ ମୃତୟନ କରାଯାଇଥିବା ଦେଖିବାକୁ ମିଳିଥିଲା l

nis-ad
Leave A Reply

Your email address will not be published.