ପବିତ୍ର ମହାଶିବରାତ୍ରି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଆଜି ରାଜ୍ୟର ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ସଞ୍ଜ ନଇଁବା ପରେ ଭଜନ ଓ କୀର୍ତ୍ତନରେ ଶୈବପୀଠଗୁଡ଼ିକ ଉଛୁଳିପଡୁଛି। ଶିବ ମନ୍ତ୍ର ଓ ଜପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ, କଟକ ଜିଲ୍ଲାର ଧବଳେଶ୍ୱର, ପୁରୀସ୍ଥିତ ଲୋକନାଥ, କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାର ଗୁପ୍ତେଶ୍ୱର, ଢ଼େଙ୍କାନାଳର କପିଳାସସ୍ଥିତ ଶ୍ରୀଶ୍ରୀ ଚନ୍ଦ୍ରଶେଖର, ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣି ଓ ସମ୍ବଲପୁର ଜିଲ୍ଲା ହୁମାସ୍ଥିତ ବିମଳେଶ୍ୱର ମନ୍ଦିରରେ ଶିବରାତ୍ରି ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଛି।

ଏତଦ୍‌ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଶିବ ମନ୍ଦିରଗୁଡ଼ିକରେ ମଧ୍ୟ ଶିବରାତ୍ରି ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ରାଜ୍ୟ ସରକାରଙ୍କର ଦ୍ବାରା ଜାରି ହୋଇଥିବା କୋଭିଡ ଗାଇଡଲାଇନ୍‌ ଅନୁସାରେ ରାଜ୍ୟର ବିଭିନ୍ନ ଶିବମନ୍ଦିରରେ ଭିନ୍ନ ଭିନ୍ନ ସମୟରେ ମହାଦୀପ ଉଠିବ ବୋଲି ଜଣାପଡ଼ିଛି। ଶିବଭକ୍ତମାନେ ମହାଦୀପକୁ ଅପେକ୍ଷା କରିଛନ୍ତି। ରାତି ପ୍ରାୟ ୧୦ଟାରୁ ମହାଦୀପ ଉଠିବା ଆରମ୍ଭ ହୋଇ ଭୋର ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି।

nis-ad
Leave A Reply

Your email address will not be published.