ବସନ୍ତ ମହୋତ୍ସବର ପ୍ରସ୍ତୁତି ବୈଠକ


ସୁନ୍ଦରଗଡ଼ – ୦୧/୦୩ : ଆଜି ସ୍ଥାନୀୟ ମାଦ୍ରୀ କାଲୋ ଭବନ ପରିସରରେ ସୁନ୍ଦରଗଡ଼ ତଥା ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ” ନବଜୀବନ” ଆନୁକୁଲ୍ୟରେ ବସନ୍ତ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶଯୋଗ୍ୟ ଯେ ନବଜୀବନ ଆନୁକୁଲ୍ୟରେ ପ୍ରତି ବର୍ଷ ଏହି ସୁନାମଧନ୍ୟ ବସନ୍ତ ମହୋତ୍ସବ ପାଳିତ ହୋଇଥାଏ। ମାତ୍ର ଗତ ଦୁଇ ବର୍ଷ ହେଲା କରୋନାର ପ୍ରକୋପ ପାଇଁ ଏହାକୁ ସ୍ଥଗିତ ରଖା ଯାଇଥିଲା। ଏହି ବର୍ଷ ପାଇଁ ବସନ୍ତ ମହୋତ୍ସବ ଆସନ୍ତା ଅପ୍ରେଲ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାର ସ୍ଥିରୀକୃତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ ବୈଠକରେ ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ମୁଖ୍ୟଅତିଥି ଭାବରେ ଉପସ୍ଥିତ ରହି ନଡ଼ିଆ ଭାଙ୍ଗି ଏବଂ ବହି ପୂଜା ପୂର୍ବକ ଏହି ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ। ସୂଚନାଯୋଗ୍ୟ ଯେ ଆସନ୍ତା ବସନ୍ତ ମହୋତ୍ସବରେ ନବଜୀବନ ସହିତ ଭୁବନେଶ୍ଵର ଓ ସମ୍ବଲପୁରର ଅନ୍ୟ ଦୁଇ ସୁନାମଧନ୍ୟ ଅନୁଷ୍ଠାନ ଅଂଶଗ୍ରହଣ କରିଁବେ ଏବଂ ଓଡ଼ିଶାର ଅନେକ ଅନୁଷ୍ଠାନର ପ୍ରତିନିଧି ଭାଗ ନେବେ।ଏହି ମହୋତ୍ସବରେ ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟକାର ତଥା ସୁନାମଧନ୍ୟ ନିର୍ଦ୍ଦେଶକ ପ୍ରଦୀପ କୁମାର ଭୋଳଙ୍କ ୪ ଟି ନାଟକ ” ମାମୁଁ” ,” ଦିନ୍ ” , “ଚିଠି” ଓ ” ଭାର୍ ” ମଞ୍ଚସ୍ଥ ହେବ ଯାହା ହେବ ଏହାର ମୁଖ୍ୟ ଆକର୍ଷଣ। ଆଜିର ଏହି ବୈଠକରେ ନବଜୀବନର ସଦସ୍ୟମାନଙ୍କ ବ୍ୟତୀତ ବରିଷ୍ଠ କଳାକାର ରାଜକିଶୋର ମହାରଣା,ପ୍ରଦୀପ ଭୋଳ, ପ୍ରଭାତ ଭୋଳ, ଲକ୍ଷ୍ମୀପ୍ରିୟା ପତି, ଲତିକା ପଟ୍ଟନାୟକ, ସମରେନ୍ଦ୍ର ଠାକୁର , କୁମୁଦ ପଣ୍ଡା ଏବଂ ଅନ୍ୟାନ୍ୟ କଳାକାରବୃନ୍ଦ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.