ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ପୀଠର ଉଠିଲା ମହାଦୀପ, ନିର୍ଦ୍ଧାରିତ ସମୟ ୨୦ ମିନିଟ ପରେ ଅର୍ଥାତ ରାତି୧୦.୨୦ରେ ଉଠିଲା ମହାଦୀପ। ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଥିଲା। ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା। ସଅଳ ନୀତିକାନ୍ତି ଶେଷ ହେବା ପରେ ମହାଦୀପ ଉଠିଥିଲା। ନିର୍ଦ୍ଧାରିତ ସମୟର ୨୦ମିନିଟ ପୂର୍ବରୁ ମହାଦୀପ ଉଠିଲା। ଏହି ସମୟରେ ଜୟ ଶ୍ରୀଲିଙ୍ଗରାଜ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଲା ଏକାମ୍ର କ୍ଷେତ୍ର। ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଗୁରୁବାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଅନୁଷ୍ଠିତ ହୋଇଛି।

ଆଜି ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ। ଏହି ଅବସରରେ ପାଳିତ ହେଉଛି ମହାଶିବରାତ୍ରୀ। ମହାପ୍ରଭୁ ଶିବଙ୍କ ଆଶିଷ ପାଇଁ ଶ୍ରଦ୍ଧାଳୁ ଜାଳୁଛନ୍ତି ଜାଗର ଓ ପାଳୁଛନ୍ତି ମହାଶିବରାତ୍ରୀ ମନୋକାମନା ପୂର୍ଣ୍ଣ ଲାଗି ଭକ୍ତିଭାବନାରେ ଅନନ୍ୟ ପରମ୍ପରା ଦେଖିବାକୁ ମିଳୁଛି। ସବୁ ଶୈବପୀଠରେ ପାଳନ ହେଉଛି ମହାଶିବରାତ୍ରୀ। ତେବେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଳନରେ ସ୍ବତନ୍ତ୍ରତା ରହିଛି। ରାତି ଉଜାଗର ରହି ମନ୍ଦିର ପରିସରରେ ଦୀପ ଜାଳିବେ ଶ୍ରଦ୍ଧାଳୁ। ଶ୍ରୀଲିଙ୍ଗରାଜ ମନ୍ଦିରରେ ବେଢ଼ା ପରିକ୍ରମା କରାଇବା ପରେ ସେବାୟତ ମହାଦୀପ ଉଠାଇଥିଲେ।

ଆଜି କୋଭିଡ୍ କଟକଣା ଭିତରେ ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଳିତ ହୋଇଛି। ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ପ୍ରାୟ ୧୦.୨୦ ମିନିଟ ସମୟରେ ମହାଦୀପ ଉଠିଛି। ଶ୍ରୀଜୀଉଙ୍କ ଜାଗର ଯାତ୍ରା ଅବସରରେ ୭ ଥର ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା ପରେ ୫ ଜଣ ସମର୍ଥା ମହାଦୀପ ଉଠାଇଛନ୍ତି। ଧାର୍ଯ୍ୟ ସମୟର ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ହର ହର ମହାଦେବ ଧ୍ୱନିରେ କମ୍ପିଥିଲା ଲିଙ୍ଗରାଜ ମନ୍ଦିର ପରିସର । ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ ହୋଇଥିଲା।

ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ରାତି ୧୦.୪୦ରେ ମହାଦୀପ ଉଠିଛି । ଏହାପରେ ସାହାଣମେଲା ଦର୍ଶନ ୧୦.୩୦ ପରେ ସମ୍ପନ୍ନ କରାଯିବ, ଚାରି ପ୍ରହର ପୂଜା ରାତ୍ର ୧୧. ୩୦ରୁ ୩.୩୦, ହରିହର ଭେଟ ଭୋର ୩.୩୦ରୁ ୪.୩୦ ପର୍ଯ୍ୟନ୍ତ ଚାଲିବ । ଭୋର୍ ୪.୩୦ରୁ ସକାଳ ୫.୧୫ ପର୍ଯ୍ୟନ୍ତ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠ। କୋଭିଡ୍ କଟକଣା ଭିତରେ ଭୋରରୁ ପୀଠରେ ନୀତିକାନ୍ତି ଚାଲିଛି। ଏହାସହ ମନ୍ଦିରରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ବି ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ନିର୍ଜଳ ଉପବାସ ରଖିବା ସହ ଦୀପ ଜାଳି ଶିବଙ୍କ ଉପାସନା କରୁଛନ୍ତି।

nis-ad
Leave A Reply

Your email address will not be published.