ଓମ ପ୍ରକାଶ ମିଶ୍ର ଜାତୀୟ ICT ଶିକ୍ଷକ ପୁରସ୍କାରରେ ସମ୍ମାନିତ…

କୋରାପୁଟ: ଜୟପୁରର ସୁନାମଧନ୍ୟ ବିଜ୍ଞାନ ଶିକ୍ଷକ ଓମ ପ୍ରକାଶ ମିଶ୍ର NCERT ଦ୍ବାରା ଜାତୀୟ ICT ଶିକ୍ଷକ ପୁରଷ୍କାର ରେ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଓମ ପ୍ରକାଶଙ୍କୁ ଏହି ସମ୍ମାନ ମିଳିଛି । ଏହି ସମ୍ମାନ ବିଜ୍ଞାନ କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରିବାର ପ୍ରୋତ୍ସାହନ ଯୋଗାଇଦେବ ବୋଲି ସେ କହିଛନ୍ତି ।
ଜାତୀୟ ICT ଶିକ୍ଷକ ପୁରଷ୍କାରରେ ସମ୍ମାନିତ ହେଲେ ଜୟପୁର ଶିକ୍ଷକଜାତୀୟ ICT ଶିକ୍ଷକ ପୁରସ୍କାର ୨୦୦୪ ମସିହାରୁ ସ୍ଥାପିତ ହେଇଥିଲେ ମଧ୍ୟ କୋରାପୁଟ ଜିଲ୍ଲା ତଥା ଓଡିଶା ପାଇଁ ଏକ ସ୍ବପ୍ନ ହୋଇ ରହିଥିଲା । କାରଣ ଓଡିଶାର କୌଣସି ବି ଶିକ୍ଷକ ଏହି ପୁରସ୍କାର ପାଇନଥିଲେ I ତେବେ ଜଣେ ଶିକ୍ଷକ ହିସାବରେ ଆଇସିଟି କ୍ଷେତ୍ର ରେ ନିଜର ଅସ୍ବାଭାବିକ ତଥା ଅତୁଳନୀୟ ଅବଦାନ ଯୋଗୁଁ ଓମ ପ୍ରକାଶ ଓଡିଶାର ଏକ ମାତ୍ର ଶିକ୍ଷକ ଭାବେ ଚଳିତ ବର୍ଷ ଜାତୀୟ ଆଇସିଟି ଶିକ୍ଷକ ପୁରଷ୍କାର- ୨୦୧୮ ବିଜୟୀ ହୋଇଛନ୍ତି ।ବିଜ୍ଞାନ ଓ ଗଣିତର କଠିନ ପ୍ରସଙ୍ଗ ଗୁଡିକୁ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗଦ୍ଵାରା ସରଳ ଭାବରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରସ୍ତୁତ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ବିଜ୍ଞାନରେ ବ୍ଲଗ ତିଆରି କରିବା, ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରିବା, ଜିଓଜେବ୍ରା , ଆଲଗୋଡୋ , ଟ୍ରାଇଆମଫକ୍ଲାଉଡ , ଜାମବୋର୍ଡ , ଆନିମେସନ , ୱାର୍ଡ ୱାଲ ନେଟ, କହୁତ ଏଡୁପଜଳ , ତେଡେଡ, phet,ଗିଫ ଆଦି ସଫ୍ଟୱେର ର ବ୍ୟବହାର କରି ବିଜ୍ଞାନ ଶିକ୍ଷାକୁ ରୁଦ୍ଧିମନ୍ତ କରିବାରେ ସେ ସଫଳ ହୋଇଛନ୍ତି I ତେବେ ସେ କେବଳ ଘରେ ବସି ଏସବୁ ସଫ୍ଟୱେର ଦ୍ବାରା ବିଷୟ ବସ୍ତୁ ତିଆରିରେ ସିମୀତ ନଥିଲେ । ପରନ୍ତୁ କୋଭିଡି-୧୯ ଜନିତ ଶିକ୍ଷା ବ୍ୟବସ୍ଥାରେ ହୋଇଥିବା କ୍ଷତିକୁ ଭରଣା କରିବା ନିମନ୍ତେ ଲକଡାଉନ ସମୟରେ ଜୟପୁର ନିକଟବର୍ତ୍ତୀ ପ୍ରାୟ ସାତଖଣ୍ଡ ଗ୍ରାମକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଇଥିଲେ ।
ଏହାସହ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଭିଡିଓ ଶିକ୍ଷା ବ୍ୟତୀତ pdf ସାଧନ ମାଧ୍ୟମରେ ଶିକ୍ଷାଦାନକୁ ଅନବରତ ଚାଲୁ ରଖିବାରେ ସକ୍ଷମ ହୋଇଥିଲେ I ଜାତୀୟ ଶିକ୍ଷକ ପୁରସ୍କାର -୨୦୧୭ ନିମନ୍ତେ ଓଡିଶାର ଏକ ମାତ୍ର ଶିକ୍ଷକ ଭାବରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କଠାରୁ ପୂର୍ବରୁ ଶିକ୍ଷକ ଓମ ପ୍ରକାଶ ପୁରସ୍କୃତ ହେଇସାରିଛନ୍ତି । 

nis-ad
Leave A Reply

Your email address will not be published.