ନିର୍ବାଚନ ହିଂସା, ହୁତୁ ହୁତୁ ହୋଇ ଜଳିଲା କାର ଆଉ ବାଇକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ନିର୍ବାଚନି ହିଂସା ବଢ଼ିବାରେ ଲାଗିଛି । ଗତକାଲି ନନ୍ଦାହାଣ୍ଡି ବ୍ଲକ ଦହଣା ଗ୍ରାମରେ ଏକ ଗୁଳିକାଣ୍ଡ ଘଟିଥିବା ବେଳେ ପୁଣି ଗତ ରାତିରେ ପାପଡାହାଣ୍ଡି ବ୍ଲକ ଡଙ୍ଗରା ଗ୍ରାମରେ ଏକ କାର ଓ ଗୋଟିଏ ବାଇକ କୁ ନିଆଁ ଲଗାଇ ପୋଡ଼ିଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡଙ୍ଗରା ଗ୍ରାମର ଝାଡେଶ୍ବର ରାଓ ଙ୍କ ଏକ ଚାରିଚାକିଆ କାର ଓ ଗୋଟିଏ ବାଇକ କୁ ସେହି ଗ୍ରାମର ଯୁଜେଷ୍ଟି ଗୌଡ଼ ନାମକ ଜଣେ ବ୍ୟକ୍ତି ତାଙ୍କ ଗାଡ଼ିରେ ରାତି ରେ ନିଆଁ ଲଗାଇ ଦେଇଥିବା କୋଡ଼ିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ।

ଝାଡେଶ୍ୱର ରାଓ ନିଜ କାର ଓ ବାଇକ କୁ ନିଜ ଘର ସାମ୍ନା ରେ ରଖିଥିଲେ । ରାତିରେ ଉକ୍ତ ଗାଡି ଦୁଇଟି ନିଆଁ ଲାଗୁଥିବା ଦେଖି ଗ୍ରାମବାସୀ ତାଙ୍କୁ ଡାକିଥିଲେ । ଶ୍ରୀ ରାଓ ପହଞ୍ଚି ଗ୍ରାମବାସିଙ୍କ ସହାୟତାରେ ନିଆ ଲିଭାଇବାକୁ ଚେଷ୍ଟା କଲା ବେଳେ ଗାଡି ଓ ମୋଟରସାଇକେଲ ସଂପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇ ଥିଲା । ଘଟଣା ପୂର୍ବରୁ ମଧ୍ୟ ଝାଡ଼େଶ୍ୱର ଓ ଯୁଜେଷ୍ଟି ଙ୍କ ମଧ୍ୟରେ ନିର୍ବାଚନ ବେଳେ ଗଣ୍ଡଗୋଳ ହୋଇଥିଲା ଓ ଥାନାରେ ଉଭୟ ପକ୍ଷ ଅଭିଯୋଗ କରିଥିଲେ । ବର୍ତ୍ତମାନ ଏହି ଦୁଇ ଜଣ ନିଜ ନିଜ ପ୍ରାଥିଙ୍କ ପାଇଁ ପ୍ରଚାର ପାଇଁ ଲାଗିପଡିଛନ୍ତି । ସବୁବେଳେ ଦୁହିଁଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା,ଲାଗି ରହିଛି, । ଏସବୁକୁ ନେଇ ଝାଡ଼େଶ୍ୱର ଙ୍କ ଗାଡିକୁ ନିଆଁ ଲଗେଇ ଦେଇଥିବା ଥାନାରେ ଅଭିଯୋଗ କରିବା ପରେ କୋଡ଼ିଙ୍ଗା ପୁଲିସ ଜୁଯେଷ୍ଟି ଗୌଡ଼ ଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛି ସେନେଇ କୋଡ଼ିଙ୍ଗା ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।ରାଜନୈତିକ ହିଂସାକାଣ୍ଡ କୁ ବର୍ତ୍ତମାନ ଠାରୁ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରା ନଗଲେ ଭବିଷ୍ୟତ ପିଢି ପାଇଁ ଏହା ଏକ ଭୟାବହ ପରମ୍ପରା ଶୃଷ୍ଟି କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.