ପୁଣି ଥରେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଦୁଇ ଗୋଷ୍ଠୀ ମଧ୍ୟରେ ଚକାପଞ୍ଜା, କର୍ପୋରେସନ ବୈଠକକୁ ନେଇ ବଢୁଛି ଅସନ୍ତୋଷ

ବ୍ରହ୍ମପୁର : କିଛି ଦିନରେ ବ୍ୟବଧାନ ପରେ ବ୍ରହ୍ମପୁର ମହାନଗର ନିଗମରେ କର୍ପୋରେଟର ଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ।ପରିଷଦ ବୈଠକକୁ ନେଇ ଆରମ୍ଭ ହୋଇଛି ଆରପପ୍ରତ୍ୟରୋପ। କିଛିଦିନ ତଳେ ରାମଲିଙ୍ଗେଶ୍ୱର ଉଦ୍ୟାନକୁ ନେଇ ହୋଇଥିଲା ଚକାପଞ୍ଜା। ଶଙ୍ଖ ଭବନରୁ ହସ୍ତକ୍ଷେପ ପରେ ପଡିଥିଲା ପୂର୍ଣଛେଦ। ଏବେ କର୍ପୋରେସନ ବୈଠକକୁ ନେଇ ବଡୁଛି ଉତ୍ତେଜନା।ବ୍ରହ୍ମପୁର ବିକାଶ କାର୍ଯ୍ୟ ଠପ ହୋଇ ପଡ଼ିଥିବା ବେଳେ ପ୍ରସ୍ତାବିତ ବହୁ ପ୍ରକଳ୍ପ ପାଇଁ ବାହାରୁନି କାର୍ଯ୍ୟାଦେଶ ଯାହା ଫଳରେ କୌଣସି ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରୁନି।ସାଧାରଣ ପରିଷଦ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରି ସମାଧାନ କରିବା ପାଇଁ କର୍ପୋରେଟର ମାନେ ଆଶା ବାନ୍ଧିଥିବା ବେଳେ ବୈଠକ ହେଉ ନ ଥିବା ଅଭିଯୋଗ କରିଛନ୍ତି କର୍ପୋରେଟର ମାନେ।ଜନତାଙ୍କ ଦ୍ୱାରା ନିର୍ବାଚିତ ହେବା ପରେ ଜନତାଙ୍କ ପାଇଁ ବିକାଶ କାର୍ଯ୍ୟ ସମ୍ପାଦନ କରି ପାରୁନଥିବା ଯୋଗୁଁ ନିଜ ଦୁର୍ବଳତା ପ୍ରକାଶ କରିଛନ୍ତି କିଛି କର୍ପୋରେଟର।।ବହୁ ପ୍ରକଳ୍ପର ଟେଣ୍ଡର ହେବା ପରେ ମଧ୍ୟ ମିଳିନି କାର୍ଯ୍ୟାଦେଶ। ଯାହାକୁ ନେଇ ବଢୁଛି ଅସନ୍ତୋଷ।ସେ ରାସ୍ତା କାମ ହେଉ କିମ୍ବା ପୋଖରୀ ପୁନଃଉଦ୍ଧାର, କିମ୍ବା ନାଳନାର୍ଦମା ପୁନଃଉଦ୍ଧାର କାର୍ଯ୍ୟ ସବୁ ଠପ ହୋଇ ରହିଥିବା ଅଭିଯୋଗ ହୋଇଛି।ତେବେ କର୍ପୋରେସନ ବୈଠକରେ ସହରର ବିକାଶ କାର୍ଯ୍ୟକୁ ନେଇ ହୋଇଥାଏ ଆଲୋଚନା କିନ୍ତୁ ଚଳିତ ମାସରେ ଏପର୍ଯ୍ୟନ୍ତ ବୈଠକ ନିମନ୍ତେ କୌଣସି ପଦକ୍ଷେପ ବିଏମସି କର୍ତ୍ତୃପକ୍ଷ ନେଇ ନ ଥିବା ଅଭିଯୋଗ କରିଛନ୍ତି କର୍ପୋରେଟର।

nis-ad
Leave A Reply

Your email address will not be published.