ରାମମନ୍ଦିର ପ୍ରତିଷ୍ଠା ପୂର୍ତ୍ତିବର୍ଷରେ ବିଶାଳ ବାଇକ ରାଲି

,
ବୀରମିତ୍ରପୁର : ରାମ ମନ୍ଦିର ପ୍ରତିଷ୍ଠା ପୂର୍ତ୍ତି ବର୍ଷରେ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ବାଇକ୍ ରାଲି ବାହାରି ଥିଲା | ବିରମିତ୍ରପୁର ଅଧିନସ୍ତ ତଳସରା ହନୁମାନ ମନ୍ଦିରରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିବା ପରେ, ରାମ ମନ୍ଦିର ନିର୍ମାଣ ଆନ୍ଦୋଳନରେ ସହିଦ ହୋଇଥିବା ଶ୍ରମିକମାନଙ୍କୁ ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ସମସ୍ତେ ଜୟ ଶ୍ରୀ ରାମ ସ୍ଲୋଗାନ ଦେଇ ହନୁମାନ ମନ୍ଦିରରୁ ଏକ ବାଇକ୍ ରାଲି ବାହାର କରାଯାଇଥିଲା | ଏହି ରାଲି ବିର୍ଷା ମୁଣ୍ଡା ବସ୍ ଷ୍ଟାଣ୍ଡ, ଚାଇନା ଟାଉନ୍, ଗୋଲ ମାର୍କେଟ, କପିଳାଶ ଦେଇ ବିରମିତ୍ରପୁର ସହର ପରିକ୍ରମା କରିଥିଲା | ରାଲିରେ ଜୟ ଶ୍ରୀ ରାମର ଧ୍ୱନି ଗୁଞ୍ଜରିତ ହେଉଥିଲା | କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳି ଥିଲା | ସମସ୍ତେ ଗେରୁଆ ପତାକା ଉଡ଼ାଉଥିଲେ ! ଏହି ରାଲିରେ ସୁନୀଲ ବାଲ୍ଲୁ ତିୱାରୀ, ଭକ୍ତ ବୀର ଗଡତିଆ, ମୂଳଚନ୍ଦ ସେଠ୍, ବିକେ ଶୁକ୍ଳା, ବିନୋଦ ଅଗ୍ରୱାଲ, ନାରାୟଣ ଝା, ମନୀଷ ମିତ୍ତଲ, ଅରୁଣ ଗୋୟଲ, ଦୀପକ ଠାକୁର ଏବଂ ଅନ୍ୟମାନେ ଏହି ରାଳୀ ରେ ଉପସ୍ଥିତ ଥିଲେ | ରାଲିଟି ଜଗନ୍ନାଥ ମନ୍ଦିରରେ ଶେଷ ହୋଇଥିଲା | ଶେଷରେ, ଶ୍ରୀ ସୁନୀଲ ବଲ୍ଲୁ ତିୱାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

nis-ad
Leave A Reply

Your email address will not be published.