ଆସିକା ସାଂସଦ ପ୍ରମିଳା ଓ ଦେବୀ ମିଶ୍ରଙ୍କ ମାରାଥନ ପ୍ରଚାର, ତିନି ଜିଲ୍ଲା ପରିଷଦ ଦଖଲ ଲକ୍ଷ୍ୟ


ଖଲ୍ଲିକୋଟ (୨୦/୦୨) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କୁ ଆଉ ମାତ୍ର ୨୪ ଘଣ୍ଟା ବାକି ଥିବା ବେଳେ ବିଜେଡି ଖଲ୍ଲିକୋଟ ବ୍ଲକ ର ତିନୋଟି ଯାକ ଜିଲ୍ଲା ପରିଷଦ zone ମାରି ନେବା ଲକ୍ଷ ରଖି ଶେଷ ମୁହୂର୍ତ ରେ ୧୧ ନ zone ରେ ପ୍ରଚାର କୁ ଜୋରଦାର କରିଥିବା ଦେଖିବାକୁ ମିଳିଛି l ବିଜେପି ର ସେଲିବ୍ରିଟି ପ୍ରଚାର କୁ ପ୍ରତିହତ କରିବା ପାଇଁ ରବିବାର ଦିନ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଓ ରାଜ୍ୟ ବିଜେଡି ଉପ – ସଭାପତି ଦେବୀ ମିଶ୍ର ଉକ୍ତ zone ର kanheipur ଠାରେ ଏକ ପଥପ୍ରାନ୍ତ ସଭାରେ ଜିଲ୍ଲାପରିଷଦ ପ୍ର|ଥିନି ସୋନମ ପଲାଇ ଓ ସରପଂଚ ପାର୍ଥି ପ୍ରକାଶ ଚନ୍ଦ୍ର ସ|ସମଲ ଶ୍ରୀମତୀ ଶିବାନୀ ସାହୁ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଭୋଟ ଭିକ୍ଷା କରି ଥିବା ବେଳେ kairasi ଠାରେ ଏକ ବିରାଟ ମହିଳା ଓ ପୁରୁଷ ମାନଙ୍କ ପଟୁଆର ରେ ଜିଲ୍ଲା ପରିଷଦ ପାର୍ଥି ଶ୍ରୀମତୀ ପଲାଇ ଙ୍କ ଭୋଟ ଭିକ୍ଷା କରିଥିବା ବେଳେ ସରପଂଚ ପ୍ର|ଥିନି ଶ୍ରୀମତୀ ଖୁଲଣା ସାହୁ ଓ ସମିତି ସଭ୍ୟ ପାର୍ଥି ମାନସ ନାହାକ ଙ୍କ ଭୋଟ ଭିକ୍ଷା କରିଥିବା ବେଳେ badhi ନୂଆପଲି ଠାରେ ସରପଂଚ କସ୍ତୁରୀ ସ୍ୱାଇଁ ସମିତି ସଭ୍ୟା ଏନ ପ୍ରମିଳା ପ|ତ୍ର ଙ୍କ ପାଇଁ ଭୋଟ ମାଗିବା ସହ ନବୀନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ହାତମୁଠା କୁ ଟାଣ କରି ପଂଚାୟତ ର ବିକାଶ ତ୍ୱରାନ୍ନିତ କରି ସାଧାରଣ ଗରିବ ଓ ମହିଳା ,ଚାଷୀ ମାନଙ୍କ ସମସ୍ୟା କୁ ସାଧିତ କରାଇବା ପାଇଁ ଉପସ୍ଥିତ ଭୋଟର ମାନଙ୍କୁ ପରାମର୍ଶ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସୁବାଷ ମହାରଣା ,ଟି .ଗୋପୀ ,ସୁକାନ୍ତ ତ୍ରିପାଠୀ ,ବିଜେଡି ପର୍ଯ୍ୟବେକ୍ଷକ ଜଗନ୍ନାଥ ସାବତ ଓ ଯୁବ ବିଜେଡି ନେତା ଦୈତାରୀ ବେହେରା , badhi ନୂଆପାଲି ପୂର୍ବତନ ସରପଞ୍ଚ ଚକ୍ରପାଣି ରାଉତ ,ସରପଂଚ ବାସୁଦେବ ରାଉତ ,ଖଲ୍ଲିକୋଟ ଏନ ଏ ସି ଉପ ନଗରପାଳ ଚିତ୍ତରଞ୍ଜନ ମାଝୀ ଙ୍କ ସମେତ ଶହ ଶହ କର୍ମୀ ଏହି ପ୍ରଚାର ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ତେବେ ଖଲ୍ଲିକୋଟ ବିଜେଡି ସମସ୍ତ ପଂଚାୟତ ଓ ଜିଲ୍ଲା ପରିଷଦ ପଦବୀ କୁ ପୋଛି ନେବା ପାଇଁ ବିଜେଡି କମର କଷି ଥିବା ପ୍ରକାଶ l

nis-ad
Leave A Reply

Your email address will not be published.