ଭିଜିଲାନ୍ସ ଜାଲରେ ସୁନାବେଡା ମ୍ୟୁନିସିପାଲିଟି ଯନ୍ତ୍ରୀ

ସେମିଲିଗୁଡା କୋରାପୁଟ : କୋରାପୁଟ ଜିଲ୍ଲା ଭିଜିଲାନସ କବଳରେ ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର । ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ । ସହକାରୀ ଯନ୍ତ୍ରୀ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟଧରି କୋରାପୁଟ ପରେ ସୁନାବେଡା ପୌର ପରିଷଦର କାମ କରିଆସୁଛନ୍ତି । କିନ୍ତୁ ଦୀର୍ଘ ଦିନ ହେବ ସ୍ଥାନିୟ ଅଞ୍ଚଳବାସୀ ଉକ୍ତ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ ଆସୁ ଥିଲା, ଆଜି ସକାଳୁ ଜୟପୁର ଭିଜିଲାନସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ରାଜ୍ୟର ୬ ଟି ସ୍ଥାନରେ ଭିଜିଲାନସ ପକ୍ଷରୁ ଚାଲିଛି ଚଢାଉ।

ବର୍ତମାନ ସୁନାବେଡା ପୌରପରିଷଦର ସହକାରୀ ଯନ୍ତ୍ରୀ ଭାବେ ମନୋଜ ପାତ୍ର କାମ କରୁଛନ୍ତି । ତାଙ୍କ ଘର ସହ ସୁନାବେଡା ପୌର ପରିଷଦ କାର୍ଯ୍ୟାଳୟ ରେ ମଧ୍ୟ ଚଡାଉ କରି ଗୁରୁତ୍ବ ପୂର୍ଣ୍ଣ ନଥିପତ୍ର ଜବତ କରିଛନ୍ତି । ସୁନାବେଡା ରେ ଘର ଓ କାର୍ଯ୍ୟାଳୟ, ଗଜପତି ଜିଲ୍ଲାର_ ବି .ସୀତାପୁର , ବ୍ରହ୍ମପୁର ର ଗଜପତି ନଗର ୪ର୍ଥ ଲାଇନ , ଭୁବନେଶ୍ବର ର ପୋଖରୀପୁଟ ଘର ସମେତ ୬ଟି ସ୍ଥାନରେ ଚଡାଉ ଜାରି ରହିଛି । ଭିଜିଲାନସର ଏକ ଟିମ ଯନ୍ତ୍ରୀ ମନୋଜ ପାତ୍ରଙ୍କୁ ଧରି ଭୁବନେଶ୍ବର ଅଭିମୁଖେ ଯାଇଛନ୍ତି ।

nis-ad
Leave A Reply

Your email address will not be published.