କଂଗ୍ରେସ ଗଡ଼ରେ ବିଜେଡିର ବିଜୟୀ ଆଶା, ହେଲେ ବିଜେଡିର ପୂର୍ବ ପ୍ରତିଶ୍ରୁତି ବିଫଳ ଓ ଦଳବିରୋଧୀ ସାଜିଛି କଣ୍ଟା

ଦାରିଙ୍ଗବାଡ଼ି (୧୮/୦୨) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ନିକଟ ହେଉଛି ନିର୍ବାଚନ ପ୍ରଚାର ସେତେ ଜୋରଦାର ବୃଦ୍ଧି ପାଉଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାରମ୍ଭରୁ ଆଯଯାଏ ୨ ଟି ଜିଲାପରିଷଦ ପଦ କଂଗ୍ରେସ ହାତମୁଠାରେ ରହି ଆସିଛି।ବିଜେଡି ଏଥର କଂଗ୍ରେସ ଗଡ଼କୁ ଦଖଲ କରି ଇତିହାସ ରଚିବାକୁ ଜୋରଦାର ପ୍ରୟାସ ଜାରୀ ରଖିଛି। ଏଣୁ ଆଚରଣ ବିଧି ପୂର୍ବରୁ ଘନ ଘନ ବୈଠକ ସହ ମିଶ୍ରଣ ପର୍ବ ଆୟୋଜନ କରି କଂଗ୍ରେସ ଓ ବିଜେପିର କର୍ମୀଙ୍କୁ ନିଜ ଦଳରେ ସାମିଲ କରି ଭୋଟର ସଂଖ୍ୟା ଓ ଶକ୍ତି ବୃଦ୍ଧି କରିଛି । ସେହିପରି କଂଗ୍ରେସ ଦଳ ମଧ୍ୟ ତୁହାକୁ ତୁହା ବୈଠକ କରି ଅନ୍ୟ ଦଳର କର୍ମୀଙ୍କୁ ଦଳରେ ସାମିଲ କରିବା ସହ ଅବସରପ୍ରାପ୍ତ ପ୍ରଶାସନିକ ଅଧୁକାରୀ ଅମୀର ଚାନ୍ଦ ନାୟକଙ୍କୁ କଂଗ୍ରେସରେ ସାମିଲ କରି  କଂଗ୍ରେସକୁ ମଜଭୁତ କରି କଂଗ୍ରେସ ଗଡ଼ର ସୁରକ୍ଷା ଦେବା ଆଶା ବାନ୍ଧିଛି। ବିଜେପି ମଧ୍ୟ ଏଥିରେ ବାଦ ନପଡ଼ି ସଂଗଠନ ସୁଦୃଢ଼ କରିବା ସହ ମିଶ୍ରଣ ପର୍ବ ଆୟୋଜନ କରି ଅନ୍ୟ ଦଳର କର୍ମୀଙ୍କୁ ସାମିଲ କରିଛି । 

କେତେବେଳେ କଂଗ୍ରେସ ଗଡ଼ରେ ବିଜେଡି ମିଶ୍ରଣ ପର୍ବତ ଆଉ କେତେବେଳେ ବିଜେଡି ଗଡ଼ରେ କଂଗ୍ରେସ ଓ ବିଜେପି ମିଶ୍ରଣ ପର୍ବ କରିଛନ୍ତି।  ବର୍ତ୍ତମାନ ବିଜୟୀ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ପ୍ରଚାର ତିନି ଦଳର ଜୋରଦାର ଚାଲିଛି। ଗତ ୨୦୧୭ ନିର୍ବାଚନରେ ଦାରିଙ୍ଗବାଡ଼ିର ୧୦  ନଂ ଜିଲ୍ଲା ପରିଷଦ ଜୋନ୍ ରେ କଂଗ୍ରେସ ୧୧ ହଜାର ୬୯୮ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେଡି ୯ ହଜାର ୬୦୮ ଖଣ୍ଡ ଓ ବିଜେପି ୭ ହଜାର ୬୦୨ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ବିଜେଡି ଠାରୁ ୨ହଜାର ୯୦ଖଣ୍ଡ ଅଧିକ ପାଇ ବିଜୟୀ ହୋଇଥିଲା । ସେହିପରି ୧୧ ନଂ ଜୋନରେ   କଂଗ୍ରେସ ୧୩ ହଜାର ୬୨୧ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେଡି ୭ ହଜାର ୪୩୪ ଖଣ୍ଡ ଓ ବିଜେପି ୩ ହଜାର ୪୩୪ ଖଣ୍ଡ ଭୋଟ ପାଇଥିଲା ।  କଂଗ୍ରେସ ବିଜେଡି ଠାରୁ ୬ହଜାର ୧୮୭ଖଣ୍ଡ ଅଧିକ ଭୋଟ ପାଇ ଗଡ଼ ଦଖଲ କରିଥିଲା । ୧୩ ହଜାର ୬୨୧ ଖଣ୍ଡ ଭୋଟ ପାଇ ୧୧ ନଂ ଜୋନରେ ଜିଲା ପରିଷଦ ଜୋନ୍ କଂଗ୍ରେସ ହାତେଇ ନେଇ ଗଡ଼ ଦଖଲ କରିଥିଲା। ବର୍ତ୍ତମାନ ଘୁ. ଉଦୟଗିରି ନିର୍ବାଚନମଣ୍ଡଳୀରେ ଶାସକ ଦଳର ବିଧାୟକ ସାଲୁଗା ପ୍ରଧାନ ହୋଇଥିବା ଯୋଗୁଁ ଲୋକସମ୍ପର୍କ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଆଧାର କରି ବିଜେଡି ବ୍ଲକ୍‌ର ୧୦ ଓ ୧୧ ନଂ ଦୁଇଟି ଜୋନ ହାତେଇବାକୁ ଆଶା ବାନ୍ଧିଛି। ହେଲେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ଓ ୨୦୧୯ ସାଧାରଣ ନିର୍ବାଚନରେ କନ୍ଧମାଳ ସାଂସଦ ଡା.ଅଚ୍ୟୁତ ସାମନ୍ତଙ୍କ ସିମନବାଡ଼ି ଠାରେ କିସ୍ ଓ କିଟ୍ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରିବା ପ୍ରତିଶ୍ରୁତି ବିଫଳ ହିଁ ବିଜୟର ବାଧକ ସାଜିପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି। ସେହିପରି କଂଗ୍ରେସ ଗଡ଼କୁ ସୁରକ୍ଷା ଦେବା ପାଇଁ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ରୁଦା ମଳିକ ଓ ନୂତନ କରି କଂଗ୍ରେସରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ଅମୀରଚାନ୍ଦ ନାୟକଙ୍କ ସାଂଗଠନିକ ଗୋଟି ଚାଳନାରେ ଦଳୀୟ କର୍ମୀଙ୍କ ଅସନ୍ତୋଷ ବିଜେଡି ପାଇଁ ଲାଭ ହେବା ଆଲୋଚନା ହେଉଛି। ତେବେ ସବୁ ସମୟରେ ତୃତୀୟ ସ୍ଥାନରେ ରହୁଥିବା ବିଜେପି, କଂଗ୍ରେସ ଓ ବିଜେଡିର ଲଢେଇର ସୁଯୋଗ ନେଇଁ ଦଳୀୟ ସଂଗଠନ ମଜଭୁତ ହେବା ଆଶା ବାନ୍ଧିଛି।

nis-ad
Leave A Reply

Your email address will not be published.