ବର୍ଷେ ପରେ ବିତିଲାଣି ମିଳିନାହିଁ ହରିଶ୍ଚନ୍ଦ୍ର ସହାୟତା ଟଙ୍କା

ଦାରିଙ୍ଗବାଡ଼ି, (୧୮/୦୨) : ରାଜ୍ୟ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ ଲୋକେ ଯୋଜନାର ସୁଫଳ ପାଉନଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତର ସରପଞ୍ଚ ଓ ସରକାରୀ ବାବୁଙ୍କ ଖାମଖିଆଲି ମୋନଭାବ ଯୋଗୁଁ ଲୋକେ ବର୍ଷ ବର୍ଷ ହେଲାଣି ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଟଙ୍କା ପାଇନଥିବା ଅଭିଯୋଗ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତରୁ ଆସିଛି।

ଏହି ପଞ୍ଚାୟତରେ ଏକାଧିକ ଲୋକ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଟଙ୍କା ପାଇପାରିନାହାନ୍ତି। ସରକାରଙ୍କ ନିୟମ ଅନୁଯାୟୀ ମୃତ ବ୍ୟକ୍ତିର ଶବ ଦାହ କାର୍ଯ୍ୟ କରିବା ନିମନ୍ତେ ସରକାର ୨ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେଉଥିବା ବେଳେ କିନ୍ତୁ ସରକାରୀ ବାବୁଙ୍କ ଆନ୍ତରିକତା ଅଭାବ ଯୋଗୁଁ ଲୋକେ ଏକ ବର୍ଷରୁ ଉର୍ଦ୍ଧ ଦିନ ହେବ ସହାୟତା ରାଶି ପାଇପାରିନାହାନ୍ତି । ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ଜୁଡାବାଡ଼ି ଗ୍ରାମର ବ୍ରହ୍ମାନନ୍ଦ ପ୍ରଧାନୀ, ଆଦିତ୍ୟ ସାହୁ, ମମତା ନାୟକ, ଗୋଲକ ମାଝୀ। ସେହିପରି ସାରୁମାହା ଗ୍ରାମର ମୁକ୍ତି ନାୟକ, ରାଜେଶ ନାୟକ, କମାର ନାୟକ, କୈଳାସ ଦିଗାଲ, ଚନ୍ଦ୍ରଶେଖର ନାୟକ ଓ ସରୋଜ ନାୟକ। ସଲାବାଡ଼ି ଗ୍ରାମର ସବାନ୍ତି ଦିଗାଲ, ମିଶ୍ର ପ୍ରଧାନ, ଶୁଦ୍ରକ ପ୍ରଧାନ। ଲାରୀବାଡ଼ି ଗ୍ରାମର କୁମୁଦ ପ୍ରଧାନ, ଦଡ଼ିବାଡ଼ି ଗ୍ରାମର ମେସ୍ତୁରା ପ୍ରଧାନ, ବିଶନ୍ତି ପ୍ରଧାନ। କାରୀପାଙ୍ଗା ଗ୍ରାମର ଜ୍ୟୋତି ପ୍ରଧାନ, ଜହନପଲ୍ଲୀ ଗ୍ରାମର ପଞ୍ଚଲିମା ସଭାସୁନ୍ଦର ପ୍ରମୁଖ ଏକାଧିକ ବ୍ୟକ୍ତି ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଟଙ୍କା ପାଇନାହାନ୍ତି ।

ବାରମ୍ବାର ପଞ୍ଚାୟତରେ ଅଭିଯୋଗ କରିବା ପରେ ବି ଲୋକଙ୍କୁ ସହାୟତା ଟଙ୍କା ମିଳୁନାହିଁ । କାହାର ଏକ ବର୍ଷ ହେଲାଣି ତ ଆଉ କାହାର ୨ ବର୍ଷରୁ ଉର୍ଦ୍ଧ ହେଲାଣି ଲୋକଙ୍କୁ ସହାୟତା ଟଙ୍କା ମିଳିପାରିନାହିଁ । ଏଣୁ ଯଥା ଶୀଘ୍ର ସହାୟତ ରାଶି ପ୍ରଦାନ କରିବା ପାଇଁ ଦାବି ହୋଇଛି । ଏହି ସମ୍ପର୍କରେ ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ରଙ୍କୁ ପଚାରିବାରୁ, ଯେଉଁମାନେ ସହାୟତା ଟଙ୍କା ପାଇନାହାନ୍ତି ସେମାନଙ୍କୁ ଯଥା ଶୀଘ୍ର ଟଙ୍କା ପ୍ରଦାନର ବ୍ୟବସ୍ତା କରାଯିବ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.