କର୍ଲଭଟ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ନେଇ ଅଭିଯୋଗ କଲେ ସାହି ବାସିନ୍ଦା

ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ ୱାର୍ଡ ନମ୍ବର ୨ ଠାରେ ରାସ୍ତା ଏବଂ ଗୃହ ବିଭାଗ ପକ୍ଷରୁ ନିର୍ମାଣଧୀନ ଏକ କର୍ଲଭଟ ରେ ନିମ୍ନମାନର ବାଲି,ସିମେଣ୍ଟ, ମେଟାଲ ବ୍ୟବହାର କୁ ନେଇ ଅଭିଯୋଗ କରିଛନ୍ତି ସାହି ବାସିନ୍ଦା l ଉକ୍ତ ସ୍ଥାନରେ ରହିଥିବା ପୁରୁଣା କଲଭର୍ଟ ରେ ୧୬ ଏମ ଏମ ରଡ ରେ ତିଆରି ହୋଇଥିବା ବେଳେ ବର୍ତମାନ ନିର୍ମାଣ ହେଉଥିବା କର୍ଲଭର୍ଟ ରେ ୮ ଏମ ଏମ ଏବଂ ୧୨ଏମ ଏମ ରଡ଼ ବ୍ୟବହାର ହେଉଛି l କାର୍ଯ୍ୟ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ଦର୍ଶନ ମିଳୁନଥିବାବେଳେ କଣ୍ଟ୍ରାକ୍ଟର ମର୍ଜୀରେ ସରକାରୀଙ୍କ ନିୟମକୁ ବେଖାତିର କରି ଦିନ ବଦଳରେ ରାତିରେ କର୍ଲଭର୍ଟ ନିର୍ମାଣ କାଯ୍ୟ ହେଉଛି l ସରକାରୀ ଭାଗ ମାପ ବଦଳରେ କଣ୍ଟ୍ରାକ୍ଟର ଜଣକ ଅଧିକ ଲାଭ ଆଶାରେ ନିମ୍ନ ମାନର କାର୍ଯ୍ୟ କରୁଥିବା ସାହି ବାସିନ୍ଦା ପ୍ରକାଶ କରିଛନ୍ତି l

ପୁରୁଣା କର୍ଲଭର୍ଟ ଟି ନିର୍ମାଣର ୨୫ ବର୍ଷରୁ ଉର୍ଦ୍ଧ ବିତି ଯାଇଥିଲେ ମଧ୍ୟ ଏହା ସଠିକ ଭାବରେ କାମ କରୁଥିଲା କିନ୍ତୁ ସାମୁହିକ ସ୍ୱାର୍ଥ ବଦଳରେ ନିଜ ସ୍ୱାର୍ଥ ପାଇଁ ଜେଇ, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସ୍ୱାର୍ଥ ହାସଲ ନିମନ୍ତେ ଦିନ ବଦଳରେ ରାତିରେ ଏବଂ ନିମ୍ନ ମାନର ସାମଗ୍ରୀ ରେ କର୍ଲଭର୍ଟ ତିଆରି ହେଉଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି l ଆଗାମୀ ଦିନରେ ଏହି ଭଳି ନିମ୍ନମାନର କାର୍ଯ୍ୟ ଜାରି ରହିଲେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ନେଇ ସାହି ବାସିନ୍ଦା ଚେତାବନୀ ଦେଇଛନ୍ତି l

nis-ad
Leave A Reply

Your email address will not be published.