ସରପଞ୍ଚ ପ୍ରାର୍ଥୀଙ୍କ ଅକାଳ ବିୟୋଗ – ବି. ମାଳିଗୁଡା ପଞ୍ଚାୟତରେ ଶୋକର ଛାୟା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି.ମାଳିଗୁଡ଼ାର ବର୍ତ୍ତମାନ ସରପଞ୍ଚ ପ୍ରାର୍ଥୀ ଶ୍ରୀ ଭାଗିରଥି ଅମନାତ୍ୟ (୩୮) ଙ୍କ ଆଜି ସକାଳେ ଅକାଳ ବିୟୋଗ ହୋଇଛି । ସୂଚନା ଅନୁଯାୟୀ ସ୍ୱର୍ଗତ ଭାଗିରଥି ଅମନାତ୍ୟ ବି. ମାଳିଗୁଡା ର ପୂର୍ଵତନ ସରପଞ୍ଚ ଭାବେ ନିର୍ବାଚିତ ହୋଇ ୧୦ ବର୍ଷ କାର୍ଯ୍ୟ ତୁଲାଇ ଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ସମୟରେ ପଂଚାୟତର ଅନେକ ଉନ୍ନତି ହୋଇଥିବା ବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଓ ଛତା ଚି଼ହ୍ନ ପାଇଁ ନିଜର ପ୍ରଚାର ମଧ୍ୟ ଆରମ୍ଭ କରିଥିଲେ । ହେଲେ ବିଡମ୍ବନର ବିଷୟ ଆସନ୍ତା ୨ ଦିନ ପରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି ହଠାତ ପ୍ରାର୍ଥୀ ଙ୍କ ଅକାଳ ବିୟୋଗ ଘଟିଛି l

କୋରାପୁଟ ର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଆଜି ସକାଳ ସମୟରେ ମୃତ୍ୟୁ ହୋଇଥିବା ଦୁଃଖଦ ଖବର ପାଇବା କ୍ଷଣି ମାଳିଗୁଡା ଗ୍ରାମ ପଞ୍ଚାୟତ ତଥା ଆଖ ପାଖ ଅଞ୍ଚଳରେ ସମସ୍ତଙ୍କ ମନରେ ଶୋକର ଛାୟା ଖେଳିଯାଇଛି l ସ୍ବର୍ଗତ ଭାଗିରଥିଙ୍କ ଦୁଇଟି ଛୋଟ ଛୋଟ ଛୁଆ ବାପାକୁ ହରାଇ ହତବାକ ହୋଇଯାଇଥିବା ବେଳେ ଘରେ ତାଙ୍କର ବୁଢ଼ୀ ମା ଓ ସ୍ତ୍ରୀ ଏ ପ୍ରକାର ଆକସ୍ମିକ ବିୟୋଗ ରେ ସମ୍ପୂର୍ଣ ମାତ୍ରା ରେ ଭାଙ୍ଗି ପଡିଛନ୍ତି l ଦୁଇ ଦିନ ପରେ ନିର୍ବାଚନ ଥିବା ବେଳେ ନିର୍ବାଚନ କୁ ସ୍ଥଗିତ ରଖିବା ପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି ଭାଗିରଥିଙ୍କ ପରିବାର ବର୍ଗ l

nis-ad
Leave A Reply

Your email address will not be published.