ଖଲ୍ଲିକୋଟ : ଦୟନୀୟ ଆର୍ଥିକ ସ୍ଥିତିରେ ନିର୍ବାଚନ ଲଢ଼ୁଛନ୍ତି ୩ ଜିଲ୍ଲା ପରିଷଦ ପ୍ରାର୍ଥୀ


ଖଲ୍ଲିକୋଟ (୧୬/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଚାର ଓ ସଂଗୀତ ର ତାଳେ ତାଳେ କର୍ମୀଙ୍କ ନୃତ୍ୟ ରେ ଗ୍ରାମ୍ୟ ରାଜନୀତି ଦୁଲୁକୁଥିବା ବେଳେ ସରକାରୀ ଦଳ ବିଜେଡି ରଙ୍ଗ ବେରଂଗ ବ୍ୟାନର ସାଙ୍ଗକୁ ମନଲୋଭା ଗେଟରେ ଦଳୀୟ ପ୍ରଚାର ଚଳାଇ ଭୋଟରଙ୍କ ମନ କିଣିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଜେପି ଆଉ ପାଦେ ଆଗେଇ ଗତ ୧୦ ଦିନ ହେଲା ୧୧ ନଂ ଜୋନ ରେ କର୍ମୀ ମାନଙ୍କୁ ନେଇ ପ୍ରଚାର ଚଳାଇବା ସାଙ୍ଗକୁ ଚିତ୍ର ତାରକା ଓ ଆଲବମ କଳାକାର ମାନଙ୍କୁ ସାମିଲ କରି ପ୍ରଚାର କୁ ଜୋରଦାର କରିଛି l ତେବେ ଖଲ୍ଲିକୋଟ ବ୍ଲକ ରେ ଜାତୀୟ କଂଗ୍ରେସ ତରଫରୁ ୧୧ , ୧୨ ଓ ୧୩ ନ ଜିଲ୍ଳା ପରିଷଦ ଜୋନରେ ଦୁଇ ଜଣ ଅନୁସୂଚିତ ଜାତିର ମହିଳା ଓ ୧୧ ନଂ ରେ ଜଣେ ସାଧାରଣ ବର୍ଗ ରେ ପୁରୁଷ ପାର୍ଥି ନିର୍ବାଚନ ରଣାଙ୍ଗନ ରେ ଅଛନ୍ତି l ୧୧ ନଂ ଜୋନରେ ପୁର୍ଣ ଚନ୍ଦ୍ର ସାହୁ କଂଗ୍ରେସ ପାର୍ଥି ଭାବେ ନିର୍ବାଚନ ଲଢ଼ୁଛନ୍ତି l ସେ ଜଣେ ଭଲ ସମାଜ ସେବୀ ଓ କଂଗ୍ରେସ ଭଲ ଓ ବରିଷ୍ଠ ସଂଗଠକ ଓ ଉତ୍ତମ ଲୋକ ସମ୍ପର୍କ ରହିଛି l ଏକା ଏକା ନିର୍ବାଚନ ଲଢ଼ୁଥିବା ବେଳେ ଆର୍ଥିକ ଦୁରବସ୍ଥା ଭିତରେ ଦୁଇଟି ବଡ ଦଳର ମୁକାବିଲା ନିଜେ ତାଙ୍କ ବାଇକ ରେ ଗାଁ ଗାଁ ବୁଲି ପ୍ରଚାର କରୁଥିବା ବେଳେ ଏଯାବତ କଂଗ୍ରେସ ର କୌଣସି ରାଜ୍ୟ ସ୍ତରୀୟ କିମ୍ବା ଜିଲ୍ଲା ସ୍ତରୀୟ ନେତା ତାଙ୍କ ପଖରେ ପହଂଚି ପାରିନାହାନ୍ତି l

ତଥାପି ଅକେଲା ଚଲୋ ନୀତି ରେ ଭୋଟରଙ୍କ ପାଖରେ ପହଂଚିବା ପାଇଁ ଉଣା କରିନାହାନ୍ତି l ସେହିପରି ୧୨ ନ ଜୋନରେ ସାଗରୀକା ସେଠି ନାମକ ଜଣେ ଶିକ୍ଷିତ ମହିଳାଙ୍କ ପାର୍ଥି କରିଥିବା ବେଳେ ଜୋନ ନ ୧୩ ମୂଷି ଦାଶ ନାମକ ଦୁଇ ଜଣ ଅନୁସୂଚିତ ମହିଳା ଙ୍କୁ କଂଗ୍ରେସ ପ୍ରାର୍ଥୀ କରାଇଥିବା ବେଳେ ଏଯାବତ କୌଣସି ପ୍ରଚାର କରିନାହାନ୍ତି କିମ୍ବା ଆର୍ଥିକ ସହୟତା ମଧ୍ୟ ଦଳ ପକ୍ଷରୁ ମିଳିପାରିନି l ଯାଫଳରେ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନକୁ ଆସିପାରୁ ନାହାନ୍ତି l ବିଜେଡିର ଅନ୍ତଃ କନ୍ଦଳ କଂଗ୍ରେସ ଫାଇଦା ମିଳିବାର ସୁଯୋଗ ଓ କେତେକ ନିରପେକ୍ଷ ଓ ପାରମ୍ପରିକ ଭୋଟର କଂଗ୍ରେସ ପ୍ରତି ଅନୁପ୍ରାଣିତ ଥିଲେ ମଧ୍ୟ ଆର୍ଥିକ ଦୁରବସ୍ଥା ଓ ଜନ ସମ୍ପର୍କ ଅଭାବରୁ କଂଗ୍ରେସ ଭଳି ଗୋଟିଏ ଜାତୀୟ ଦଳ ଆଜି ମୁମୂର୍ଷୁ ଅବସ୍ଥା ରେ ନିର୍ବାଚନ କୁ ସାମ୍ନା କରିବାଜୁ ପଡୁଛି l ତେବେ ଯୁଦ୍ଧ ପୂର୍ବରୁ ଅସ୍ତ୍ର ତ୍ୟାଗ ଭଳି ସମସ୍ୟା ଉପୁଜିଛି l

nis-ad
Leave A Reply

Your email address will not be published.