ଜଙ୍ଗଲି ନିଆଁକୁ ଆଖିରେ ରଖି ବଣ୍ଡାଘାଟିରେ ସଚେତନତା ସଭା

ମାଥିଲି : ଆଜି ବଣ୍ଡାଘାଟୀ ମୁଦୁଲିପଡା ଗ୍ରାମ ପଞ୍ଚାୟତ ର ବନ୍ଧଗୁଡା ଗ୍ରାମ ଠାରେ ମାଥିଲି ବାନାଞ୍ଚଳ ତରଫରୁ ଏକ ଜଙ୍ଗଲ ନିଆଁ ଓ ବନ୍ୟ ପ୍ରାଣୀ ଶିକାର ନିରୋଧ ସଚେତନତା ସଭା ଆୟୋଜନ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ ବାସୁଦେବ ନାୟକ ବାନାଞ୍ଚଲ ଅଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନା ତଥା ସୃଷ୍ଟି ଅନୁଷ୍ଠାନ କର୍ମୀ କିଶୋର ବାବୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜଙ୍ଗଲ ନିଆଁର ଅପକାରିତା, ସମସ୍ୟା ଜଙ୍ଗଲ ର ଜୀବ ଜନ୍ତୁ ଶିକାର ନିରୋଧ ଉପରେ ବୁଝାଇ ଥିଲେ।ସେହି ପରି ବନାଞ୍ଚଲ ଅଧିକାରୀ ଜଙ୍ଗଲ ନିଆଁ କୁ କିପରି ଆୟତ କରିବା ଏକ ଡେମନଷ୍ଟ୍ରେଶନ ମାଧ୍ୟମରେ ଗ୍ରାମବାସୀଙ୍କୁ ବୁଝେଇଥିଲେ ।ସେହିପରି ଗୋବିନ୍ଦପାଲି ବନପାଳ ଶ୍ରୀ ଫକିର ଚରଣ ମାହାଲି ଜୀବ ଜନ୍ତୁ ଶିକାର ଦ୍ଵାରା ଦଣ୍ଡିତ ହେବା ସହ ଜଙ୍ଗଲ ଜୀବ ଜନ୍ତୁ ଆକ୍ରମଣ ରେ ମୃତ୍ୟୁ ବରଣ କଲେ କିପରି ସରକାରୀ ପ୍ରାପ୍ୟ ରାଶି ପାଇପାରିବେ ବୁଝାଇଥିଲେ ।

ଏହା ପରେ ବନ ସୁରକ୍ଷା ସମିତି ଅଞ୍ଚଳ ରେ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ଯ ତଦାରଖ କରିଥିଲେ ଓ ନିଆ ଲାଗୁଥିବା ପ୍ରତ୍ୟେକ ଗ୍ରାମ ଗୁଡିକରେ ଓ ଜଙ୍ଗଲ ନିଆ ନିବାରଣ ସଚେତନତା କାର୍ଯ୍ୟକ୍ରମ କରା ଯିବ ବୋଲି ଶ୍ରୀ ନାୟକ କହିଛନ୍ତ ।ଏହି କାର୍ଯ୍ୟକ୍ରମ ରେ ଡେଭଲପମେଣ୍ଟ ଅଫିସର ଶ୍ରୀ ହୃଷୀକେଶ ପଣ୍ଡା ବଂଶୀଧର ଅନୁଗୁଲିଆ,ଶ୍ରୀ ସୁରଜ ମାଝୀ ଏସ୍କେ ରଜେଦ ବକ୍ସ ସନ୍ତୋଷ ନାହାକ ଆଦି ଉପସ୍ଥିତ ରହି ଗ୍ରାମ ବାସୀଙ୍କୁ ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରଞ୍ଜିତ ପୂଜାରୀ ବନରକ୍ଷୀ ହାଡ଼ି ମୁଦୁଲି ବନ ସହାୟକ ବନ୍ଧଗୁଡ଼ା ଗ୍ରାମର ଅନିମେଟର ସୁରଜ୍ ଧାଙ୍ଗଡମାଝି ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହିତ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୃଷ୍ଟି ତରଫରୁ କୁହାଯାଇଥିଲା । ଏହା ସହିତ ଜଙ୍ଗଲରେ ନିଆ ନ ଲଗାଇବାକୁ ଓ ପଶୁ ଶିକାର ନ କରିବାକୁ ଗ୍ରାମବାସୀ ଗ୍ରାମ ଦେବୀ ଙ୍କୁ ସାକ୍ଷୀ ରଖି ଶପଥ ପାଠ କରିଥିଲେ ।

nis-ad
Leave A Reply

Your email address will not be published.