ଏନଫୋର୍ସମେଣ୍ଟ ଗାଡି ମାଧ୍ୟମରେ ଦୋକାନୀଙ୍କୁ ସଚତେନତା

ଛତ୍ରପୁର : ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟ କରାଯାଉଛି । ସହରର ପ୍ରତ୍ୟେକ ଦୋକାନୀ ଯେପରି ନିଜ ଦୋକାନ ଠାରୁ ୫ ମିଟର ଦୁରକୁ ସଫେଇ କରିବା ସହିତ ରାସ୍ତା ଉପରେ କୌଣସି ଜିନିଷପତ୍ର ନ ରଖିବା ନେଇ ଏନଏସି ପକ୍ଷରୁ ବାରମ୍ବାର ସଚେତନତା କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ଥିବା ଦୋକାନ ମାନଙ୍କରେ ଏନଏସି ପକ୍ଷରୁ ଏନଫୋର୍ସମେଣ୍ଟ ଗାଡି ବୁଲି ଦୋକାନୀ ମାନଙ୍କୁ ସଚେତନ କରିଛି । ଆସନ୍ତା କାଲି ଠାରୁ ଏହାର ଅବମାନନା କଲେ ଦୋକାନୀ ମାନଙ୍କ ଉପରେ ଜରିମାନା ଲଗାଯିବା ନେଇ ଏନଏସି ପକ୍ଷରୁ ସୂଚନା ମିଳିଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସିର ପରିମଳ ନିରୀକ୍ଷକ ଗୌରହରି ପଣ୍ଡା, ସିଏମୟୁ ମ୍ୟାନେଜର ଶ୍ରୀମନ୍ତ ପାତ୍ର ଓ ଇନଚାର୍ଜ ଟ୍ୟାକ୍ସ କଲେକ୍ଟର ଏସ. ଦାଲେୟା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.