ଖଲ୍ଲିକୋଟ : ବଢିନୁଆପାଲ୍ଲୀ ପଂଚାୟତରେ ବିଜେଡି – ବିଜେପି କଡା ମୁକାବିଲା

ଖଲ୍ଲିକୋଟ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମାଞ୍ଚଳ ରାଜନୀତି ସରଗରମ ହେବା ସାଙ୍ଗକୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରଚାର କୁ ଜୋରଦାର ହେବା ସହ ମୋଟର ସାଇକେଲ ରା଼ଲ୍ଲୀ ସାଙ୍ଗକୁ ବାଜା ବାଜଣା ଓ ଆଲବୁମି ଗୀତରେ ଗ୍ରାମ୍ୟ ପରିବେଶ ଫାଟିପଡୁଛି l ଖଲ୍ଲିକୋଟ ବ୍ଲକ ର ବଢିନୁଆପାଲ୍ଲୀ ପଂଚାୟତ ରେ ବିଜେଡି – ବିଜେପି ମଧ୍ୟରେ କଡା ମୁକାବିଲା ହେବାରେ ଲାଗିଛି l

ଗତ ଦୁଇଦିନ ତଳେ ଏକ ବିରାଟ ଶୋଭାଯାତ୍ରା ରେ ବିଜେପି ଉକ୍ତ ପଂଚାୟତ ରେ ୧୧ ନ ଜିଲ୍ଲା ପରିଷଦ ପ୍ରାଥୀ ଯଜ୍ଞ ନାରାୟଣ ଦାଶ ଙ୍କ ବିଜେପି ସମିତି ସଭ୍ୟ ପାର୍ଥି ପ୍ରମିଳା ଭୁଁଆ ଓ ସରପଂଚ ପାର୍ଥି ପୁଷ୍ପାଞ୍ଜଳି ଚାହତରୟ ଙ୍କ ସହ ଏକ ବିରାଟ ପଟୁଆର ରେ ପ୍ରଚାର କରି ସାରା ପଂଚାୟତ ପରିକ୍ରମା କରି ଶକ୍ତି ପ୍ରଦର୍ଶନ କରିଥିବା ଇଂ ବେଳେ ଶନିବାର ଦିନ ବିଜେଡି ମଧ୍ୟ ତାର ପତିଆରା କୁ ଉକ୍ତ ପଂଚାୟତ ବଜାୟ ରଖିବା ପାଇଁ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ନେତୃତ୍ୱ ରେ ବିଜେଡି ଜିଲ୍ଲା ପରିଷଦ ପାର୍ଥି ସୋନାମ ପଳାଇ ଓ ବିଜେଡି ସମର୍ଥିତ ସମିତି ସଭ୍ୟ ପାର୍ଥି ଏନ ପ୍ରମିଳା ପତ୍ର ଓ ସରପଂଚ ପାର୍ଥି କସ୍ତୁରୀ ସ୍ୱାଇଁ ବିଜେଡି ପର୍ଯ୍ୟବେକ୍ଷକ ଜଗନ୍ନାଥ ସାବତ ବରିଷ୍ଠ ବିଜେଡି ନେତା କିଶୋର ପଳାଇ ଓ ପ୍ରାକ୍ତନ ନଗରପାଳ ରାମ ମୋହନ ପଣ୍ଡା ,ଯୁବ ନେତା ମନୋରଞ୍ଜନ ମହାପାତ୍ର ପ୍ରମୁଖ ମାନେ ଏକ ବିରାଟ ଶୋଭାଯାତ୍ରା ରେ ବଢିନୁଆପାଲି କେନ୍ଦୁବଡୀ ,କେନ୍ଦୁପାତ, ମାଣପଲ୍ଲି ମରଦରାଜପୁର ଗ୍ରାମ ପରିକ୍ରମା କରି ପ୍ରଚାର କରି ଭୋଟର ମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇବା ସହ ଭୋଟ ଭିକ୍ଷା କରିଥିଲେ l ଶେଷରେ ମନାପାଲୀ ନିକଟରେ ପ୍ରଚର ରେ ଅଂଶ ଗ୍ରହଣ କରିଥିବା କର୍ମୀ ମାନଙ୍କୁ ଏକ ପନ୍ତି ଭୋଜନ ରେ ଆପ୍ୟାୟିତ କରାଯାଇଥିଲା l ଏହି ରା଼ଲ୍ଲୀ ରେ ପୂର୍ବତନ ସରପଂଚ ଚକ୍ରପାଣି ରାଉତ ଓ ସରପଂଚ ବାସୁଦେବ ରାଉତ ସାମିଲ ହେଇ ଥିବା ବେଳେ ଗତ ଦୁଇ ଦିନ ତଳେ ହୋଇଥିବା ବିଜେପି ପ୍ରଚାର ଶୋଭାଯାତ୍ରା ରେ ଯୁବ ନେତା ସଞ୍ଜୟ କୁମାର ଜେନା ଓ ଜିଲା ଯୁବ ମୋର୍ଚା ସମ୍ପାଦକ ଜଗନ୍ନାଥ ଭୁଁଆ ନେତୃତ୍ୱ ନେଇଥିଲେ l ଉକ୍ତ ପଂଚାୟତ ରେ ମୋଟା ୧୪ ଗୋଟି ୱାର୍ଡ ଥିବା ବେଳେ ୫ ଗୋଟି ୱାର୍ଡ ସଭ୍ୟ ଅପ୍ରତିଦ୍ବନ୍ଦି ହୋଇଥିବା ବେଳେ ୯ ଗୋଟି ୱାର୍ଡ ରେ ପ୍ରତିଦ୍ବନ୍ଦିତା ହେଉଛି l

ଉକ୍ତ ପଂଚାୟତ ଦୀର୍ଘ ଦିନ ଧରି ବିଜେଡି ର ଗଡ ପାଲଟିଥିବା ବେଳେ ଚଳିତ ନିର୍ବାଚନ ରେ ବିଜେଡି ହାତରୁ ଛଡାଇ ନେବା ପାଇଁ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଥିବା ବେଳେ ବିଜେଡି ତାର ଦୁର୍ଗ ଙ୍କ ଆଖୁନ ରଖିବା ପାଇଁ ସମାରସଜ୍ଜା ଆରମ୍ଭ କରିଛି l ତେବେ ମୋଟାମୋଟି ଭାବେ ଏଠାରେ ବିଜେପି – ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେଉଛି l

nis-ad
Leave A Reply

Your email address will not be published.