ପାଠ୍ୟ ପୁସ୍ତକରେ ଶହୀଦମାନଙ୍କ ବିଷୟ ପଢ଼ାଯିବାକୁ ଦାବୀ

ଶହୀଦ ବାଜି ରାଉତ ସ୍ମୃତି ସଭା

ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ଯୋଦ୍ଧା ତଥା ଶହୀଦ ବାଜି ରାଉତଙ୍କ ୯୮ତମ ଜୟନ୍ତୀକୁ ଯଥା ସମ୍ମାନର ସହ ପାଳନ ହୋଇଯାଇଛି l ବାଜି ରାଉତଙ୍କ ଉଧେଶ୍ୟରେ ସମିତି ସମ୍ପାଦକ ଏସ.ଶାମ୍ବାଶିବା ରାଓଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ଆୟୋଜିତ ହୋଇଯାଇଛି l ଢେଙ୍କାନାଳ ଜିଲ୍ଲାର ନୀଳକଣ୍ଠପୁର ଗ୍ରାମରେ ୧୯୨୬ମସିହା ଅକ୍ଟୋବର ୫ ତାରିଖରେ ବାଜି ରାଉତ ଜନ୍ମ ଗ୍ରହଣ କରିଥିଲେ l ରାଜାର ଅତ୍ୟାଚାର ବିରୁଦ୍ଧରେ ଢେଙ୍କାନାଳର ଗାଁ ଗାଁ ରେ ପ୍ରଜା ବିଦ୍ରୋହ ଦେଖାଦେଇ ପ୍ରଜା ମଣ୍ଡଳ ଗଠନ କରାଯାଇଥିଲା l ପ୍ରଜାମଣ୍ଡଳର ନିର୍ଧେଶ କ୍ରମେ ବାଳକ ବାଜି ରାଉତ ସଶସ୍ତ୍ର ବ୍ରିଟିଶ ସେନାବାହିନୀକୁ କଦାପି ବ୍ରାହ୍ମଣୀ ନଦୀ ପାର କରିବ ନାହିଁ ବୋଲି ରୋକଠୋକ ବ୍ରିଟିଶକୁ ଶୁଣାଇଦେଇଥିଲା l ନିର୍ଭୀକ ଓ ସାହସୀ ଭାବେ ବ୍ରିଟିଶକୁ ଜବାବ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ ଚିର ସ୍ମରଣୀୟ l

ଆଜିର ଛାତ୍ର ଓ ଯୁବ ସମାଜଙ୍କ ମଧ୍ୟରେ ଦେଶ ପ୍ରେମ ଓ ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରିବା ପାଇଁ ହେଲେ ଦେଶ ପାଇଁ ଜୀବନ ଦେଇଥିବା ଶହୀଦ ମାନଙ୍କ ସମ୍ପର୍କରେ ପାଠ୍ୟ ପୁସ୍ତକରେ ପଢ଼ାଯିବା ସହ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ମହାମନୀଷୀ ମାନଙ୍କ ସମ୍ପର୍କରେ ଆଲୋଚନା ହେବା ଆବଶ୍ୟକ ବୋଲି ଆଜିର ସଭାରେ ମତବ୍ୟକ୍ତ ପାଇଛି l ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପଙ୍କଜ କୁମାର ନାୟକ, ବିଜୟ ଚନ୍ଦ୍ର ବିଶୋଇ, ସନ୍ତୋଷ କୁମାର ପାତ୍ର, ଆପ ର ନେତା ଆଦିତ୍ୟ ରଥ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.