ଛତ୍ରପୁର ବ୍ଲକରେ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଲା

ଛତ୍ରପୁର : ଛତ୍ରପୁର ବ୍ଲକରେ ଆସନ୍ତା ୨୦ ତାରିଖ ଦିନ ମତଦାନ ହେବ । ଏଥି ନିମନ୍ତେ ବିଭିନ୍ନ ପ୍ରାର୍ଥୀ ମାନେ ନିର୍ବାଚନୀ ପ୍ରଚାର ଜୋରଦାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଛତ୍ରପୁର ବ୍ଲକର ୧୮ ଟି ପଂଚାୟତ ରହିଥିବା ବେଳେ ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ଗ୍ରାମ ପଂଚାୟତ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦିତ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି କଣମଣା ପଂଚାୟତର ସମିତିସଭ୍ୟ ପ୍ରାର୍ଥିନୀ ମଧ୍ୟ ଅପ୍ରତିଦ୍ୱନ୍ଦିତା ଭାବେ ନିର୍ବାଚିତ ହୋଇଛନ୍ତି । ବଳକା ଅନ୍ୟ ପ୍ରାର୍ଥି ମାନେ ନିଜ ନିଜ ନିର୍ବାଚନ ପ୍ରଚାର ଭିନ୍ନ ଢଙ୍ଗରେ ସମର୍ଥକ ମାନଙ୍କୁ ଧରି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛିା ସରପଂଚ ଓ ସମିତିସଭ୍ୟ ପଦବୀ କୌଣସି ଦଳୀୟ ଚିହ୍ନ ନଥିଲେ ମଧ୍ୟ ବିଭିନ୍ନ ଦଳର ଭିତିରିଆ ସମର୍ଥନ ରହୁଛି ।

ଏହି ଅବସରରେ ଛତ୍ରପୁର ବ୍ଲକର ବହୁ ଚର୍ଚ୍ଚିତ ପଂଚାୟତ ଆର୍ଯ୍ୟପଲ୍ଲୀ ପଂଚାୟତରେ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥି ମାନେ ନିଜ ନିଜ ନିର୍ବାଚନ ପ୍ରଚାର ଜୋରଦାର ଆରମ୍ଭ କରିଥିବା ବେଳେ ସରପଂଚ ପ୍ରାର୍ଥୀ ଯୁବ ନେତା ଜିତେନ୍ଦ୍ର ନାୟକ ତାଙ୍କ ନିର୍ବାଚନ ପ୍ରଚାର ସମସ୍ତ ବର୍ଗର ସମର୍ଥକ ମାନଙ୍କୁ ସାଥିରେ ଧରି ପ୍ରଚାର କରୁଛନ୍ତି । ତାଙ୍କ ଚିହ୍ନ ମାଛ ଚିହ୍ନ ହୋଇଥିବାରୁ ପ୍ରଚାର ଗାଡିରେ ବିରାଟ ମାଛର ଚିତ୍ର ଆଙ୍କି ଯୁବ ଗୋଷ୍ଠୀ ମାନଙ୍କୁ ସାଥିରେ ଧରି ପଂଚାୟତର ଘରକୁ ଘର ବୁଲି ଭୋଟର ମାନଙ୍କୁ ଆକୃଷ୍ଠ କରୁଛନ୍ତି । କାଳିପଲ୍ଲୀ ପଂଚାୟତର ସରପଂଚ ପ୍ରାର୍ଥିନୀ ଏନ୍‌. ତେଜସ୍ୱିନୀ ଓ ସମିତିସଭ୍ୟ ପ୍ରାର୍ଥୀ ଏସ୍‌. ରମେଶ ମଧ୍ୟ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ସେହିପରି ଭିକାରିପଲ୍ଲୀ ପଂଚାୟତର ସରପଂଚ ପ୍ରାର୍ଥିନୀ ପୂର୍ବତନ ସରପଂଚ ମମତା ସୁବୁଦ୍ଧି ନିଜ ନିର୍ବାଚନୀ ପ୍ରଚାର ଜୋରଦାର ଆରମ୍ଭ କରିଛନ୍ତି । ଭିକାରୀପଲ୍ଲୀ ପଂଚାୟତକୁ ଏକ ଆଦର୍ଶ ପଂଚାୟତ ଭାବେ ଗଢି ତୋଳିବା ପାଇଁ ସେ ସଂକଳ୍ପ ନେବା ସହ ଭୋଟର ମାନଙ୍କୁ ବିଭିନ୍ନ ଉପାୟରେ ଭୋଟ ଭିକ୍ଷା କରୁଛନ୍ତି । ଲକ୍ଷ୍ମୀପୁର ପଂଚାୟତର ସରପଂଚ ପ୍ରାର୍ଥିନୀ ଝୁଲି ନାହାକ ନିଜ ନିର୍ବାଚନ ପ୍ରଚାର ସାଥିରେ ପଂଚାୟତର ଶତାଧିକ ମହିଳା ମାନଙ୍କୁ ଧରି ପ୍ରଚାର କରୁଛନ୍ତି । କଣମଣା ପଂଚାୟତର ସରପଂଚ ପ୍ରାର୍ଥିନୀ ପ୍ରମିଳା ବେହେରା ମଧ୍ୟ ନିର୍ବାଚନ ପ୍ରଚାର ଜୋରଦାର ଆରମ୍ଭ ହୋଇଛି । ତେବେ ଆଗାମୀ ଦିନରେ ଭୋଟର ମାନେ କାହାକୁ ନେତା ଭାବେ ବାଛିବେ ତାହା ସମୟ କହିବ ।

nis-ad
Leave A Reply

Your email address will not be published.