କନ୍ଧମାଳ ଜିଲ୍ଲାରେ ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ହରିଶ ବି.ସି ଦାୟିତ୍ଵ ଗ୍ରହଣ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ହରିଶ ବି.ସି ଦାୟିତ୍ଵ ଗ୍ରହଣ କରିଛନ୍ତି । କନ୍ଧମାଳ ଏସ୍.ପି ସୁଭେନ୍ଦୁ କୁମାର ପାତ୍ରଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି । ଦାୟିତ୍ଵ ନେବା ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ, ଟ୍ରାଫିକ ସମସ୍ଯା ସହ ମାଓବାଦୀ ଗତିବିଧି ଉପରେ କଡ଼ା ନଜର ରଖାଯିବ ବୋଲି ପ୍ରକାଶ କରିଥିବା ବେଳେ ଯୋଗଦାନ ପରେ ବହୁ ପୁଲିସ୍ ଅଧିକାରୀ ଓ କର୍ମଚାରୀ ସ୍ଵାଗତ କରିଥିଲେ । ରାୟଗଡ଼ା ଜିଲାରୁ ବଦଳି ହୋଇ ସେ କନ୍ଧମାଳ ଜିଲ୍ଲା ଏସ୍.ପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଓ କନ୍ଧମାଳ ଏସ୍.ପି ଶ୍ରୀ ପାତ୍ର ଗଞ୍ଜାମ ଜିଲାକୁ ବଦଳି ହୋଇଛନ୍ତି ।

nis-ad
Leave A Reply

Your email address will not be published.