ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ, ମହିଳା ଗୁରୁତର

ଦାରିଙ୍ଗବାଡ଼ି(୯/୨), ପ୍ରେମ ଜନିତ ଘଟଣା କୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ମହିଳା । ଏହାରି ଫଳରେ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ମେଡିକାଲରେ ଭର୍ତି ହୋଇ ଚିକିଶ୍ଚିତ ହୋଇଥିବା ଦେଖିବାକୁ ମିଳିଛି । ଗୁରୁତର ମହିଳା ଜଣକ ହେଲେ ବି.ଡକେବାଡ଼ି ଗ୍ରାମର ଅନିତା ପ୍ରଧାନ । ସୂଚନା ପ୍ରକାରେ, ଅନିତା ପ୍ରଧାନ ସରକାରୀ ଚାଉଳ ଆଣିବାକୁ ଆଜି ବୁଧବାର ଦିନ ୧୧ ସମୟ ରେ ଦାରିଙ୍ଗବାଡ଼ି ଲ୍ୟାମ୍ପକୁ ଆସିଥିଲେ । ହେଲେ ଏହି ସମୟରେ ବି.ଡକେବାଡ଼ି ଗ୍ରାମର ଦୁଇ ଜଣ ମହିଳା ଅନିତାଙ୍କୁ ଇଟା ଓ ପଥରରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।

ଆକ୍ରମଣ ପରେ ଅନିତା ଗୁରୁତର ହୋଇ ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି ହୋଇ ଥିଲେ । ଅନିତାଙ୍କ ମୁଣ୍ଡରେ ଶକ୍ତ ଆଘାତ ହୋଇଥିବା ଦେଖିବାକୁ ମିଳିଛି । ଅନିତା ଏନେଇ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇ ଥିଲେ । ପୋଲିସ ଏତଲା କୁ ଆଧାର କରି ମାମଲା ନଂ ୩୯/୨୨ ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ତଦନ୍ତକାରୀ ଅଧିକାରି ଏଏସଆଇ ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି । ଆକ୍ରମଣ କରିଥିବା ମହିଳାଙ୍କ ସ୍ୱାମୀଙ୍କ ସହିତ ଅନିତାଙ୍କ ଅନୈତିକ ସମ୍ପର୍କକୁ ସନ୍ଧେହ କରି ଏଭଳି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

nis-ad
Leave A Reply

Your email address will not be published.