ଟ୍ୟୁସନ୍ ଯିବ କହି ଘରକୁ ଫେରିଲାନି ପୁଅ, ପରିବାର ପକ୍ଷରୁ ଥାନାରେ ଏତଲା : ପୋଲିସର ତଦନ୍ତ ଆରମ୍ଭ


ବାଲିଗୁଡ଼ା : ଟ୍ୟୁସନ୍ ଯାଉଛି କହି ଘରକୁ ଆଉ ଫେରିଲାନି ପୁଅ । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ।

ସୂଚନା ପ୍ରକାରେ ଗମଙ୍ଗଳ ବାର ସକାଳ ୭ଟା ସମୟରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନଂ ଓ୍ବାର୍ଡ ନୁଆସାହି,ଭାର୍ଡିପଦା ବାସିନ୍ଦା ଅଶୋକ କୁମାର ସାହୁଙ୍କ ପୁତୁରା ବଳରାମ ସାହୁ (୧୬ ବର୍ଷ) ଟ୍ୟୁସନ୍ ଯାଉଛି କହି ସାଇକେଲ ଧରି ଘରୁ ବାହାରିଥିଲା ।

ଠିକ୍ ସମୟରେ ଘରକୁ ବଳରାମ ଘରକୁ ନଫେରିବାରୁ ପରିବାର ଲୋକେ ବୁଝିବା ବେଳକୁ ବଳରାମ ଟ୍ୟୁସନ୍ ନଯାଇ କେଉଁଆଡ଼େ ଚାଲିଯାଇଥିବା ଶୁଣିବାକୁ ପାଇଲେ । ବହୁତ ଖୋଜାଖୋଜି କରିବା ପରେ ପୁଅକୁ ନପାଇ ଶେଷରେ ବାଲିଗୁଡ଼ା ଥାନାର ଆଶ୍ରୟ ନେଇଛନ୍ତି ପରିବାର ଲୋକେ । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ଥାନା କେସ୍ ନଂ ୪୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

nis-ad
Leave A Reply

Your email address will not be published.