ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨ ବର୍ଷ ଜେଲ ୧୫ ହଜାର ଜରିମାନା

ଫୁଲବାଣୀ : ଫୁଲବାଣୀ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କରଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ହରିବନ୍ଧୁ ପାତ୍ରକୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନ ଅନାଦେୟ । ହରିବନ୍ଧୁକୁ ଆଉ ଅଧିକ ୪ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ ।
ଘଟଣା ଅନୁସାରେ ୨୬/୧୧/୨୦ ୧୬ ତାରିଖ ଦିନ ନାବାଳିକା ପିଡିତା ଏକୁଟିଆ ଘରେ ଥିବା ବେଳେ ଦିନ ୧୨ଟାରେ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହା ସହିତ ଏହି ବିଷୟରେ କାହାକୁ କହିଲେ କିମ୍ବା ଥାନାରେ ଅଭିଯୋଗ କଲେ ତାକୁ ଜୀବନରେ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା।ଏହି ପରି ଧମକ ଦେଇ ଦେଇ ତା ସହିତ ଦୁଷ୍କର୍ମ କରିଥିଲା।ଫଳରେ ନାବାଳିକା ଗର୍ଭବତୀ ହୋଇଥିଲା।ଘଟଣା ଏ ନେଇ ପିଡିତାର ବାପା ୨୫/୧୧/୨୦୧୬ ରେ ଗ୍ରାମସଭା କରାଇଥିଲେ କିନ୍ତୁ ଅଭିଯୁକ୍ତ ଦୋଷ ନ ମାନିବାରୁ ପିଡିତା ବାଲିଗୁଡା ଥାନାରେ ୩୦/୦୩/୨୦୧୭ ରେ ଅଭିଯୋଗ କରିଥିଲେ। ତା ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୪୩/୨୦୧୭ ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା।ସେହି ମାମଲାର ଘଟଣା ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି ।

nis-ad
Leave A Reply

Your email address will not be published.