ପ୍ରିଜାଇଡିଂ ଓ ପ୍ରଥମେ ପୋଲିଂ ଅଧିକାରୀଙ୍କୁ ତାଲିମ ପ୍ରଦାନ

ଦାରିଙ୍ଗବାଡ଼ି (୯/୨) : ଦାରିଙ୍ଗବାଡ଼ି ଡ଼ଃ ବିଆର ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରିଜାଇଡିଂ ଓ ପ୍ରଥମ ପୋଲିଂ ଅଧିକାରୀ ମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲେସ ନାୟକ ଓ ସହକାରୀ କୃଷି ଅଧିକାରୀ କ୍ଷିତି ବିଳାସ ବେହେରା ପ୍ରମୁଖ ତାଲିମ ଦେଇଥିଲେ | ବିଡ଼ିଓ ଟ୍ରେନିଂ ଦେବା ସହ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ରେ ପ୍ରିଜାଇଡିଂ ଅଫିସର ୧୫୩ ଜଣ ପ୍ରଥମ ପୋଲିଙ୍ଗ ଅଫିସର ୨୦୪ ଏବଂ ୧୧ ଜଣ ମହିଳା ପୋଲିଙ୍ଗ ଅଫିସର ଉପସ୍ଥିତ ରହି ତାଲିମ ନେଇଥିଲେ | ମୋଟ ୩୬୮ ଅଧିକାରୀଙ୍କୁ ପର୍ଯ୍ୟାୟ କ୍ରମେ ତାଲିମ ପ୍ରଦାନ କରାଯାଇଥିବା ବିଡ଼ିଓ ସୂଚନା ଦେଇଛନ୍ତି |

nis-ad
Leave A Reply

Your email address will not be published.