ଓରିଶା ବଦଳରେ ଓଡ଼ିଶା ହାଇକୋର୍ଟ ନାଁ ଦେବାକୁ ରାଜ୍ୟସଭାରେ ଦାବି

ଭୁବନେଶ୍ୱର: ରାଜ୍ୟସଭାର ଶୂନ୍ୟକାଳରେ ହାଇକୋର୍ଟ ନାମ ପରିବର୍ତ୍ତନ ପ୍ରସଙ୍ଗ ନେଇ ଦାବି ଉପସ୍ଥାପନ କରାଯାଇଛି। ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ଏନେଇ ଦାବି କରିଛନ୍ତି। ଇଂରାଜୀରେ ଓରିଶା (ORISSA) ବଦଳରେ (ODISHA) ହାଇକୋର୍ଟ କରିବାକୁ ସେ ଦାବି କରିଛନ୍ତି। ସ୍ବତନ୍ତ୍ର ଆଇନ ବଳରେ ନାମ ପରିବର୍ତ୍ତନ ପାଇଁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଜ୍ୟର ନାମ ପୂର୍ବରୁ ORISSAରୁ ODISHAରେ ପରିବର୍ତ୍ତନ ହୋଇସାରିଛି। ଓଡ଼ିଶା ଲୋକଙ୍କ ଭାବାବେଗ ସହିତ ଜଡିତ ଥିବାରୁ ହାଇକୋର୍ଟଙ୍କ ନାମ ବି ପରିବର୍ତ୍ତନ ଆବଶ୍ୟକ ରହିଛି।

ସୂଚନାଯୋଗ୍ୟ, ପୂର୍ବରୁ ଆମ ରାଜ୍ୟର ନାମ ଇଂରାଜୀରେ ଓରିଶା (ORISSA) ଲେଖାଯାଉଥିଲା। ପରବର୍ତ୍ତୀ ସମୟରେ ରାଜ୍ୟର ନଁ ବଦଳାଇ ଓଡ଼ିଶା ହୋଇଥିଲା। ଏହା ପରେ ସରକାରୀ ଓ ବେସରକାରୀ ଫାଇଲରେ ମଧ୍ୟ ନାଁ ବଦଳିଥିଲା। ତେବେ ଆଜି ଇଂରାଜୀ ଓରିଶା ହାଇକୋର୍ଟ ବଦଳରେ ଓଡ଼ିଶା ହାଇକୋର୍ଟ ରଖିବାକୁ ଏମ୍‌ପି ଦାବି ଉଠାଇଛନ୍ତି।

nis-ad
Leave A Reply

Your email address will not be published.