ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ ୧.୧୩ ଲକ୍ଷ ଲିଟର ମଦ ଜବତ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ରାଜ୍ୟରେ ମଦ ବିକ୍ରି ବଢ଼ିଛି। ଏଥି ସହିତ ବେଆଇନ୍‌ ମଦ କାରବାର ମଧ୍ୟ ବଢ଼ିଥିବା ଜଣାପଡ଼ିଛି। ରାଜ୍ୟରେ ଗତ ମାସ ୧୯ ତାରିଖ ଠାରୁ ଚଳିତ ମାସର ୬ ତାରିଖ ମଧ୍ୟରେ ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ ଜବତ ହୋଇଛି। ୨୭ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ବେଳେ ୪୭୧ ଗ୍ରାମ୍‌ ନିଶାଦ୍ରବ୍ୟ ଜବତ ହୋଇଛି।

ସେହିଭଳି ୧୪୯୨ ଓ୍ଵାରେଣ୍ଟ ଜାରି କରାଯାଇଛି। ପୁଲିସ ଡିଜି ସୁନୀଲ କୁମାର ବଂଶଲଙ୍କ ଦ୍ୱାରା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୧୯ ଦିନ ଭିତରେ ବାଲେଶ୍ୱରରେ ସର୍ବାଧିକ ୭୦ ହଜାର ୫୩୬ ଲିଟର ମଦ ଜବତ ହୋଇଛନ୍ତି। ଯାଜପୁରରେ ୩୯୨୦, ମୟୂରଭଂଜରେ ୩୮୯୫ ଲିଟର ମଦ ଜବତ ହୋଇଛି। ବୌଦ୍ଧ ଜିଲ୍ଲାରେ ସବୁଠାରୁ କମ୍‌ ୧୮୭ ଲିଟର ମଦ ଜବତ ହୋଇଛି।

ବେଆଇନ୍‌ ନିଶା କାରବାର ସହିତ ଜଡ଼ିତ ଥିବାରୁ ମୋଟ ୧୪୯୨ଟି ଓ୍ଵାରେଣ୍ଟ ଜାରି କରାଯାଇଛି। ଏଥିରୁ ସର୍ବାଧିକ ବାଲେଶ୍ୱରରେ ୨୦୧ଟି ରହିଛି। ଗଂଜାମରେ ୧୭୧ ଓ ଅନୁଗୁଳରେ ୮୬ଟି ଓ୍ଵାରେଣ୍ଟ ଜାରି ହୋଇଛି। ସମ୍ବଲପୁରରେ ଆଦୌ ଓ୍ଵାରେଣ୍ଟ ଜାରି କରାଯାଇ ନାହିଁ।

nis-ad
Leave A Reply

Your email address will not be published.