ରାଜଧାନୀରେ ଖୁବଶୀଘ୍ର ହେବ ଜଙ୍ଗଲ ଜମି ସମସ୍ୟାର ସମାଧାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଙ୍ଗଲ ଜମିରେ ବସବାସ ସମସ୍ୟାର ସମାଧାନ ହେବ। ମାସେ ଭିତରେ ଜଙ୍ଗଲ କିସମ ପରିବର୍ତ୍ତନ ପ୍ରସ୍ତାବ ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ନିର୍ଦ୍ଦେଶନାମା ଅନୁଯାୟୀ,ରାଜଧାନୀର ୨ ହଜାର ବାସିନ୍ଦା ଉପକୃତ ହେବେ।

ବରମୁଣ୍ଡା, ପାଇକନଗର, କାନନବିହାର ଏବଂ ଜୟଦେବବିହାରବାସୀ ଉପକୃତ ହେବେ ବୋଲି ସୂଚନା ମିଳିଛି। ପରିବର୍ତ୍ତିତ ଜଙ୍ଗଲ ଜମି କ୍ଷତିଭରଣା ପାଇଁ ଅନ୍ୟତ୍ର ବନୀକରଣ ପାଇଁ ନିର୍ଦ୍ଦେଶ ହୋଇଛି।

nis-ad
Leave A Reply

Your email address will not be published.