ପୁଣି କିଛି ଦିନ ବ୍ୟବଧାନ ପରେ କନ୍ଧମାଳରେ ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ

ଫୁଲବାଣୀ : ପୁଣି କିଛି ଦିନ ବ୍ୟବଧାନ ପରେ କନ୍ଧମାଳ ରେ ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ ମାନେ l ସୋମବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମ ରେ ରାସ୍ତା କାମ ରେ ଲାଗିଥିବା ଜେସିବି ଓ ଟ୍ରାକ୍ଟର କୁ ପୋ ଡିଦେଇ ଛନ୍ତି ମାଓବାଦୀମାନେ ।

ମାଶ୍ରୀପଡା ଠାରୁ କରାଣ୍ଡିବାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ରେ ଲାଗିଥିଲା ଏହି ଜେସିବି । ତ୍ରିଶକ୍ତି ଠିକାଦାର ସଂସ୍ଥା ଏହି କାର୍ଯ୍ୟ କରୁଥିବା ଜଣାପଡିଛି।ମାଓବାଦୀ ମାନେ ସେଠାରେ ପୋଷ୍ଟର ଓ ବେନର ମଧ୍ୟ ଲଗାଇଛନ୍ତି lଆଗକୁ ପଂଚାୟତ ନିର୍ବାଚନ l ମାଓବାଦୀଙ୍କ ଏଭଳି କାଣ୍ଡ ଜୋଗୁଁ ଲୋକେ ଭୟ ଭୀତ ହୋଇପଡିଛନ୍ତି ।

nis-ad
Leave A Reply

Your email address will not be published.