ରାଜ୍ୟ ପାନୀୟ ନିଗମ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫ କୋଟି ଦାନ

ଭୁବନେଶ୍ୱର: ରାଜ୍ୟ ପାନୀୟ ନିଗମ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ଦାନ କରିଛି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ପାନୀୟ ନିଗମ ଅଧ୍ୟକ୍ଷ ସୁଶୀଲ କୁମାର ଲୋହାନୀଙ୍କଠାରୁ ଏହି ଚେକ୍ ଗ୍ରହଣ କରିଛନ୍ତି। ଏ ନେଇ ଶ୍ରୀ ଲୋହାନି କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ନିଗମ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ମଧ୍ୟ ଦେଇଥିଲା। ଚଳିତ ଆର୍ଥିକ ବର୍ଷରେ ଏହି ନିଗମ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମୋଟ ୧୦ କୋଟି ଟଙ୍କା ପ୍ରଦାନ କରିଛି। ଏହି ଅବସରରେ ଶ୍ରୀ ଲୋହାନି ୨୦୨୦-୨୧ ପାଇଁ ସରକାରଙ୍କୁ ଲାଭାଂଶ ବାବଦକୁ ମୁଖ୍ୟ ଶାସନ ସଚିବଙ୍କୁ ୬.୨୬ କୋଟି ଟଙ୍କାର ଏକ ଚେକ୍ ମଧ୍ୟ ପ୍ରଦାନ କରିଛନ୍ତି।

nis-ad
Leave A Reply

Your email address will not be published.